ଓଡିଶା

odisha

ETV Bharat / bharat

ଶହୀଦ ଯବାନଙ୍କୁ 'ଉରି: ଦି ସର୍ଜିକାଲ ଷ୍ଟ୍ରାଇକ' ଟିମର ସହାୟତା - family

ଶହୀଦ ଯବାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ସରକାର ଏବଂ କିଛି ସହୃଦୟ ବ୍ୟକ୍ତି । ତେବେ ଏହି ସହଯୋଗରେ ନିଜକୁ ସାମିଲ କରିଛନ୍ତି ଉରି ଦି ସର୍ଜିକାଲ ଷ୍ଟ୍ରାଇକ ଟିମ । ଶହୀଦଙ୍କ ପରିବାରକୁ 1କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Feb 17, 2019, 12:26 PM IST

ମୁମ୍ବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । 46 ଜଣ ଯବାନ ଏହି ଆକ୍ରମଣରେ ଶହୀଦ ହୋଇଛନ୍ତି । ଶହୀଦଙ୍କ ଅମର ଆତ୍ମାର ସଦଗତି ପାଇଁ ବିଭିନ୍ନ ସ୍ଥାନରେ ହେଉଛି ଶ୍ରଦ୍ଧାଞ୍ଜଳି ସଭା । ଶହୀଦ ଯବାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ସରକାର ଏବଂ କିଛି ସହୃଦୟ ବ୍ୟକ୍ତି । ତେବେ ଏହି ସହଯୋଗରେ ନିଜକୁ ସାମିଲ କରିଛନ୍ତି ଉରି ଦି ସର୍ଜିକାଲ ଷ୍ଟ୍ରାଇକ ଟିମ । ଶହୀଦଙ୍କ ପରିବାରକୁ 1କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଉରି ଦି ସର୍ଜିକାଲ ଷ୍ଟ୍ରାଇକର ପ୍ରଯୋଜକ ରୌନି ସ୍କୁୱାଲା ଟ୍ବିଟ କରି ଏହା ଘୋଷଣା କରିବା ସହ ଶହୀଦଙ୍କ ପରିବାରକୁ ସହାୟତା କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ସେପଟେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଶହୀଦଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ । ଆୟୁଷ୍ମାନ ଖୁରାନା ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ କବିତା ମଧ୍ୟ ଲେଖିଥିବା ସୂଚନା ମିଳିଛି। ଏହି ଆକ୍ରମଣ ଯବାନଙ୍କ ପରିବାର ସଦସ୍ୟଙ୍କୁ ଗର୍ବିତ କରିଛି ସତ । ହେଲେ ଅନାଥ ହୋଇଯାଇଛନ୍ତି ତାଙ୍କର ସନ୍ତାନ । କିଏ ପୁଅକୁ ହରାଇ ଧର୍ଯ୍ୟହରା ହୋଇଯାଉଛି ତ ଆଉ କିଏ ସ୍ବାମୀ ହରାଇ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି ।

ABOUT THE AUTHOR

...view details