ଓଡିଶା

odisha

ETV Bharat / bharat

ସିଏଏକୁ ନେଇ ଜଳୁଛି ୟୁପି, 8 ଜିଲ୍ଲାରେ ଇଣ୍ଟରନେଟ ବନ୍ଦ - ସିଏଏକୁ ନେଇ ଜଳୁଛି ୟୁପି

ହିଂସକ ସାଜିଲେଣି ପ୍ରଦର୍ଶନକାରୀ। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବାକୁ ଯାଇ ବିକ୍ଷୋଭକାରୀ ବିଭିନ୍ନ ସରକାରୀ ସମ୍ପତ୍ତିକୁ ନିଆଁ ଲଗାଇ ଦେଇଛନ୍ତି। ପ୍ରତିବାଦର ଏହି ପ୍ରଦର୍ଶନ ଏବେ ଆସାମରୁ ଉତ୍ତରପ୍ରଦେଶରେ ପହଁଚିଛି। ପରିସ୍ଥିତିକୁ ସୁଧାରିବାକୁ ଯାଇ ୟୁପି ପ୍ରଶାସନ ପକ୍ଷରୁ ରାଜ୍ୟର 8ଟି ଜିଲ୍ଲାରେ ବନ୍ଦ ରହିଛି ଇଣ୍ଟରନେଟ ସେବା।

citizenship law
citizenship law

By

Published : Dec 20, 2019, 8:46 AM IST

Updated : Dec 20, 2019, 9:22 AM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉଗ୍ର ହେଉଛି ପ୍ରତିବାଦ । ହିଂସକ ସାଜୁଛନ୍ତି ବିକ୍ଷୋଭକାରୀ। ଆସାମରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରୁ ପୂର୍ବ ଦିଲ୍ଲୀ ସବୁଠି ଭୟାନକ ସାଜିଲାଣି ସିଏଏ ବିରୋଧକାରୀଙ୍କ ହିଂସାତ୍ମକ ପ୍ରଦର୍ଶନ। ୟୁପିର ଅନେକ ଜିଲ୍ଲାରେ ଏହି ଆଇନକୁ ବିରୋଧ କରାଯାଇଥିବା ବେଳେ ହିଂସାତ୍ମକ ପ୍ରଦର୍ଶନର ବିଭିନ୍ନ ଘଟଣା ଏବେ ସାମ୍ନାକୁ ଆସିଛି । ଫଳରେ ୟୁପି ସରକାର ରାଜ୍ୟର 8ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି।

ସୋସିଆଲ ମିଡ଼ିଆରେ ପ୍ରଚାରିତ ମିଥ୍ୟା ଖବର ଏବଂ ନାଗରିକତା ଆଇନକୁ ନେଇ ପ୍ରସାରଣ କରାଯାଉଥିବା ତଥ୍ୟହୀନ ସୂଚନା ଫଳରେ ଏହି ପ୍ରତିବାଦ ଏବେ ବ୍ୟାପକ ହେବାରେ ଲାଗିଛି। ରାଜ୍ୟର ଆଲିଗଡ଼, ବରେଲି, ପ୍ରୟାଗରାଜ, ମେରଠ, ଗାଜିୟାବାଦ, ମୁଜାଫରନଗର ଏବଂ ସମ୍ଭଲ ଜିଲ୍ଲାରେ ପ୍ରଦର୍ଶନକାରୀ ବିଭିନ୍ନ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ଅନେକ ଗାଡ଼ି ମଟରରେ ନିଆଁ ଲଗାଇ ଦେଇଛନ୍ତି।


ପ୍ରଦର୍ଶନକାରୀ ଏତେ ମାତ୍ରାରେ ହିଂସା ପରାୟଣ ସାଜିଛନ୍ତି ଫଳରେ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି। ପ୍ରାୟ 20 ଅଧିକ ପୋଲିସ କର୍ମଚାରୀ ବିକ୍ଷୋଭକାରୀଙ୍କ ଟୋକା ପଥର ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ଚାର୍ଜ କରିବା ସହିତ ଗୁଳିଚାଳନା ମଧ୍ୟ କରିଛି । ଫଳରେ ୟୁପିର ଜଣେ ବିକ୍ଷୋଭକାରୀର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ଯେଉଁଥିରେ ରାଜ୍ୟର ପୋଲିସ ମୁଖ୍ୟଙ୍କ ସମେତ ସମସ୍ତ ଏସଏସପିଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି । ଏଥିସହିତ ରାଜ୍ୟର ଆଠଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି।

Last Updated : Dec 20, 2019, 9:22 AM IST

ABOUT THE AUTHOR

...view details