ଲକ୍ଷ୍ନୌ: ବର୍ତ୍ତମାନ ଠାରୁ ପ୍ରାୟ ଦଶ ଗୁଣା କୋରୋନା ଭାଇରସ ପରୀକ୍ଷାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ଯୋଗୀ ସରକାର । ରାଜ୍ୟ ବର୍ତ୍ତମାନ ଦିନକୁ ପ୍ରାୟ 3,200 କରୋନା ସଂକ୍ରମଣ ପରୀକ୍ଷା କରୁଛି। ଏହାକୁ ଦୃଷ୍ଟିରେ ରଖି ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏସଜିପିଆଇଏମ) ମଧ୍ୟ ଏହାର ପରୀକ୍ଷା କ୍ଷମତାକୁ ଅଢେଇ ଗୁଣ ବୃଦ୍ଧି କରିବ ବୋଲି କହିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଆର.କେ ଧିମାନ ।
ସେ କହିଛନ୍ତି ଭାଇରସ ପରୀକ୍ଷା ପାଇଁ କୌଶଳ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଅଟେ । ୟୁପି ସରକାର ପରୀକ୍ଷାକୁ ଆହୁରି ଗତି ଦେବାକୁ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ଏହାକୁ ଦଶଗୁଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏସପିଜିଆଇ ମଧ୍ୟ ନମୁନା ପରୀକ୍ଷଣ ପାଇଁ ଯତ୍ନବାନ ଅଛି । ସେହିଭଳି ଏସପିଜିଆଇ ଗୋଟିଏ ଦିନରେ 400 ନମୁନା ପରୀକ୍ଷା କରିପାରିବ କିନ୍ତୁ ଖୁବ ଶୀଘ୍ର ପ୍ରତିଦିନ 1000 ପରୀକ୍ଷା କରିବ ବୋଲି ପ୍ରଫେସର ଧିମାନ କହିଛନ୍ତି।