ଓଡିଶା

odisha

ETV Bharat / bharat

ଚଳନ୍ତା ଟ୍ରେନରୁ ଦୁବୃର୍ତ୍ତଙ୍କ ଲୁଟ୍

ଡେରାଡୁନର ବାଲିଆ ଖେରୀରେ ପାସେଞ୍ଜର ଟ୍ରେନରେ ଯାତ୍ରୀଙ୍କର ବହୁମୂଲ୍ୟ ଜିନିଷପତ୍ର ଲୁଟି ନେଲେ 4 ବନ୍ଧୁକଧାରୀ ଲୁଟେରା । ପାଖାପାଖି 15-20 ଯାତ୍ରୀଙ୍କର ଜିନିଷ ଲୁଟ ହୋଇଥିବା ଅଭିଯୋଗ ଆସିଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Mar 17, 2019, 8:53 AM IST

ଲକ୍ଷ୍ନୌ: ମାତିଛନ୍ତି ଲୁଟେରା । ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟରେ ରେଳ ଯାତ୍ରୀ । ଶନିବାର ଡେରାଡୁନର ବାଲିଆ ଖେରୀରେ ପାସେଞ୍ଜର ଟ୍ରେନରେ ହୋଇଛି ଲୁଟ । ଯାତ୍ରୀଙ୍କର ବହୁମୂଲ୍ୟ ଜିନିଷପତ୍ର ଲୁଟି ନେଲେ 4 ବନ୍ଧୁକଧାରୀ ଲୁଟେରା । ପାଖାପାଖି 15-20 ଯାତ୍ରୀଙ୍କର ଜିନିଷ ଲୁଟ ହୋଇଥିବା ଅଭିଯୋଗ ଆସିଛି ।

ସୂଚନା ଅନୁସାରେ ଏହି ଲୁଟେରାମାନେ ମୁହଁରେ କପଡା ବାନ୍ଧି ମାରଣାସ୍ତ୍ର ଧରି ଯାତ୍ରୀଙ୍କଠାରୁ ଜିନିଷ ଲୁଟିଥିଲେ । ସାହାରାନପୁରରୁ କିଛି କିମି ଦୂରତାରେ ଘଞ୍ଚ ଜଙ୍ଗଲରୁ ଏହି ଟ୍ରେନ ରାତି 2ଟା ବେଳେ ଗତି କରୁଥିବା ସମୟରେ ଏଭଳି ଘଟଣା ଘଟିଛି । ଲୁଟେରାମାନେ ଟ୍ରେନର ଚେନକୁ ଟାଣି ଟ୍ରେନକୁ ଅଟକାଇଥିଲେ । ଟ୍ରେନର ଶେଷ 3ଟି ବଗିରେ ପ୍ରାୟ 53 ମିନିଟ ଧରି ଯାତ୍ରୀଙ୍କ ଜିନିଷ ଲୁଟିଥିଲେ ।

ଘଟଣା ଘଟିବାର କିଛି ସମୟ ପରେ ଲୋକୋ ପାଇଲଟ ତୁରନ୍ତ ସାହାରାନପୁରର ଆରପିଏଫ ଏବଂ ଜିଆରପିକୁ ସୂଚନା ଦେଲେ । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଉକ୍ତ ଟ୍ରେନଟି ରୁରକିରେ ପହଞ୍ଚିସାରିଥିଲା । ଜିଆରପି ପୁଣି ରୁରକିରେ ପହଞ୍ଚିବାବେଳକୁ ଲୁଟେରାମାନେ ସେଠାରୁ ଫେରାର ହୋଇଯାଇଥିଲେ । ଲୁଟ ହୋଇଥିବା ଯାତ୍ରୀଙ୍କୁ ପୋଲିସ ପଚରାଉଚୁରା କରି ସେମାନଙ୍କଠାରୁ ବୟାନ ନେଇଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ଥାନାରେ ମାମଲା ରୁଜୁ କରିଛି ।

ABOUT THE AUTHOR

...view details