ଓଡିଶା

odisha

ETV Bharat / bharat

ସିଏଏ ହିଂସାକାଣ୍ଡ ମାମଲା: ପିଏଫଆଇର 108 ସଦସ୍ୟ ଗିରଫ - ପିଏଫଆଇ

ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା  ହିଂସାକାଣ୍ଡ ମାମଲାରେ ଗତ 4 ଦିନ ମଧ୍ୟରେ ପିଏଫଆଇର 108 ସଦସ୍ୟଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ । ଅଧିକ ପଢନ୍ତୁ...

caa violence
ଅବନିଶ କେ ଅବସ୍ତି

By

Published : Feb 3, 2020, 2:13 PM IST

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଉତ୍ତରପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପଛରେ ଥିଲା ପିଏଫଆଇର ହାତ । ଗତ 4 ଦିନ ମଧ୍ୟରେ ପିଏଫଆଇର 108 ସଦସ୍ୟଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ । ଏନେଇ ସୋମବାର ଉତ୍ତର ପ୍ରଦେଶ ଗୃହ ବିଭାଗର ମୁଖ୍ୟ ଅତିରିକ୍ତ ସଚିବ ଅବନିଶ କେ ଅବସ୍ତି ସୂଚନା ଦେଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ 25 ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ବୋଲି ସେ କହିଛନ୍ତି ।

ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅବନିଶ କେ ଅବସ୍ତି କହିଛନ୍ତି, ହିଂସାକାଣ୍ଡ ପାଇଁ ହୋଇଥିବା ଆର୍ଥିକ ନେଣଦେଣର ସୂଚନା ସମେତ ସଂଗଠନ ସମ୍ବନ୍ଧରେ ଅଧିକ ତଥ୍ୟ ସନ୍ଧାନ କରାଯାଉଛି । ଏଥିପାଇଁ କେନ୍ଦ୍ରୀୟ ଏଜେନ୍ସିର ସହାୟତା ମଧ୍ୟ ନିଆଯାଇଛି । ଖୁବ ଶୀଘ୍ର ହିଂସାକାଣ୍ଡ ପଛରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆମ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସିଏଏ ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରଦର୍ଶନ ବେଳେ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହେବା ସହ କେତେକଙ୍କର ପ୍ରାଣହାନୀ ମଧ୍ୟ ଘଟିଥିଲା । ଲକ୍ଷ୍ନୌ ସମେତ ରାଜ୍ୟର ଅନେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସୃଷ୍ଟି ହୋଇଥିବା ହିଂସାରେ ପିଏଫଆଇର ସମ୍ପୃକ୍ତି ଥିବା ନେଇ ପୋଲିସକୁ ପ୍ରମାଣ ମିଳିଥିଲା। ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ସୌଜନ୍ୟ: @ ANI

ABOUT THE AUTHOR

...view details