ଲକ୍ଷ୍ନୌ: କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରିନାହିଁ । ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର ବୁଧବାର ବିକାଶ ଦୁବେକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉତ୍ତରପ୍ରଦେଶ ପୋଲିସର ଏଡିଜି କହିଛନ୍ତି ଯେ କାନପୁର ଘଟଣାରେ ଅମର ଦୁବେକୁ ଆଜି(ବୁଧବାର) ସକାଳେ ଏନକାଉଣ୍ଟର କରାଯାଇଛି । ଏହାସହ ଅମର ଠାରୁ ଏକ ସେମି ଅଟୋମେଟିକ୍ ପିସ୍ତଲ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ଶ୍ୟାମୁ ବାଜପେୟୀ ଓ ଦୁଇ ସାଥୀକୁ ଗରିଫ କରାଯାଇଥିଲା । ଏମାନଙ୍କ ଉପରେ 50 ହଜାର ଟଙ୍କାର ପୁରସ୍କାର ରାଶି ଥିଲା ।
ଏଡିଜି କହିଛନ୍ତି ଯେ କାନପୁର ଘଟଣାରେ ପୋଲିସଙ୍କ ବଳିଦାନ ବୃଥା ଯିବ ନାହିଁ । ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ଯେ ଅପରାଧୀ ଅପରାଧ କରିବାକୁ କୁଣ୍ଠାବୋଧ କରିବେ । ଏହାପରେ ସେ ୟୁପିରେ ହ୍ରାସ ପାଉଥିବା ଅପରାଧ ଗ୍ରାଫକୁ ଦର୍ଶାଇଥିଲେ ।