ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ହ୍ରାସ ପାଇଛି ଅପରାଧ ମାମଲା, 9 ବର୍ଷର ରିପୋର୍ଟ ଦେଲେ ସରକାର

ଉତ୍ତରପ୍ରଦେଶରେ ବିଜେପି କ୍ଷମତାସୀନ ସରକାର ଗୁରୁବାର ଅପରାଧିକ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଛି । ଯେଉଁଥିରେ 2013 ତୁଳନାରେ ଦୁଷ୍କର୍ମ ମାମଲାରେ 25.94 ପ୍ରତିଶତ ହ୍ରାସ ଘଟିଛି।

By

Published : Aug 21, 2020, 10:59 AM IST

9 ବର୍ଷର ଅପରାଧିକ ମାମଲାର ରିପୋର୍ଟ ଦେଲେ ସରକାର
9 ବର୍ଷର ଅପରାଧିକ ମାମଲାର ରିପୋର୍ଟ ଦେଲେ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହ୍ରାସ ପାଇଛି ଅପରାଧିକ ମାମଲା । ବିରୋଧୀଙ୍କ ଟାର୍ଗେଟ ସତ୍ତ୍ବେ ଗତ 9 ବର୍ଷର ରିପୋର୍ଟ କହୁଛି ରାଜ୍ୟରେ କମିଛି ଅପରାଧ । ରାଜ୍ୟ ସରକାର ଗୁରୁବାର ଦିନ ବିଗତ 9 ବର୍ଷ ତଳର ତୁଳନାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି, ଯେଉଁଥିରେ ୟୁପିରେ ଅପରାଧିକ ଘଟଣା ହ୍ରାସ ପାଇଛି ।

ଗତ ନଅ ବର୍ଷ ମଧ୍ୟରେ ହୋଇଥିବା ଅପରାଧର ତଥ୍ୟ ତୁଳନାରେ ବର୍ତ୍ତମାନର ସରକାର ସମୟରେ ଅପରାଧିକ ମାମଲାରେ ହ୍ରାସ ଘଟିଛି ବୋଲି ଗୃହ ବିଭାଗର ମୁଖପାତ୍ର କହିଛନ୍ତି। ଅପରାଧ ଓ ଦୁର୍ନୀତି ବିରୋଧରେ ସରକାର ‘ଶୂନ୍ୟ ସଂହିତା’କୁ ଗ୍ରହଣ କରିଛନ୍ତି । ଏହି ତଥ୍ୟ ଏପରି ସମୟରେ ଆସିଛି ଯେଉଁ ସମୟରେ ବିରୋଧୀ ସରକାରଙ୍କ ଅପରାଧିକ ମାମଲାକୁ ନେଇ ଆକ୍ରମଣାତ୍ମକ ଆକ୍ରମଣ କରୁଛି ।

ଏହି ତଥ୍ୟ ଅନୁସାରେ, ଡକାୟତି ମାମଲାରେ 2016 ତୁଳନାରେ 2020 ରେ 74.50 ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଏହି ବର୍ଷଗୁଡ଼ିକ ତୁଳନାରେ ଲୁଟ ମାମଲା କ୍ରମଶଃ ୬୫.୨୯ ପ୍ରତିଶତ ଓ ୫୪.୨୫ ପ୍ରତିଶତ ହ୍ରାସ ପାଇଛି । ଦୁଷ୍କର୍ମ ମାମଲା 2013 ତୁଳନାରେ 25.94 ପ୍ରତିଶତ ହ୍ରାସ ଘଟିଛି, 2016 ତୁଳନାରେ 38.74 ପ୍ରତିଶତ ହ୍ରାସ ଘଟିଛି ଏବଂ 2019 ତୁଳନାରେ 28.13 ପ୍ରତିଶତ ହ୍ରାସ ଘଟିଛି ବୋଲି ମୁଖପାତ୍ର କହିଛନ୍ତି।

ପୋସ୍କୋ ଆଇନ କଡାକଡି ହେବା ଦ୍ବାରା ଜାନୁୟାରୀ 2019 ରୁ ଜୁନ୍ 2020 ପର୍ଯ୍ୟନ୍ତ 922 ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ପାଞ୍ଚ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ 193 ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ସେ କହିଛନ୍ତି।

ସେହିଭଳି ଲୁଟ୍, ହତ୍ୟା ଏବଂ ଅପରାଧ ମାମଲାରେ ହ୍ରାସ ଘଟିଛି । ମୁଖପାତ୍ର କହିଛନ୍ତି ଯେ ଗୋଣ୍ଡା ଆକ୍ଟ, ଗ୍ୟାଙ୍ଗଷ୍ଟର ଆକ୍ଟ ଏବଂ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ମାମଲାରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details