ଲକ୍ଷ୍ନୌ: ଲକଡାଉନ କାରଣରୁ ଅଯୋଧ୍ୟାରେ ମନଝା କାଲାନ ଗାଁର ମତ୍ସ୍ୟଜୀବୀମାନେ ସେମାନଙ୍କ ବ୍ୟାଙ୍କ ଏବଂ ଏଟିଏମକୁ ଯାଇନପାରି ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ସେମାନଙ୍କ ଅନୁରୋଧ କ୍ରମେ ଜଣେ ଡାକ ଅଧିକାରୀ ଗାଁରେ ପହଞ୍ଚି ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (ଏଇପିଏସ) ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାରେ ସୁବିଧା କରିଥିଲେ ।
ଏଇପିଏସରେ ଗାଁ ମତ୍ସ୍ୟଜୀବିଙ୍କୁ ନଗଦ ଟଙ୍କା ପହଞ୍ଚାଇଲା ଡାକ ଅଧିକାରୀ
ଲକଡାଉନ କାରଣରୁ ବ୍ୟାଙ୍କ ଓ ଏଟିଏମକୁ ଯାଇ ପାରିଲେନି ମତ୍ସଜୀବି । ତାଙ୍କ ନିକଟକୁ ଟଙ୍କା ପହଞ୍ଚାଇଲେ ଡାକ ଅଧିକାରୀ । ଅଧିକ ପଢ଼ନ୍ତୁ...
ଏଇପିଏସରେ ଗାଁ ମତ୍ସ୍ୟଜୀବିଙ୍କୁ ନଗଦ ଟଙ୍କା ପହଞ୍ଚାଇଲା ଡାକ ଅଧିକାରୀ
ଏନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ଏହି ଘଟଣା ସମ୍ପର୍କରେ ଟୁଇଟ କରିଛନ୍ତି । ଅନ୍ୟପଟେ ଗାଁର ଅନ୍ୟ ଜଣେ ବାସିନ୍ଦା ରାକେଶ ଯାଦବ କହିଛନ୍ତି ଯେ, ଏହି ସୁବିଧାରେ ବ୍ୟାଙ୍କ ତାଙ୍କ ଘର ଦୁଆରକୁ ଆସିବ ବୋଲି ସେମାନେ ଜାଣି ନଥିଲେ । ବର୍ତ୍ତମାନ ଜୀବନ ସେମାନଙ୍କ ପାଇଁ ବହୁତ ସହଜ ହୋଇଯିବ ଏବଂ ଏଥିପାଇଁ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
@IANS