ଓଡିଶା

odisha

ETV Bharat / bharat

ୟୁପିରେ ସାମୁହିକ ସଂକ୍ରମଣ ଆଡକୁ ଗତି କରୁଛି କୋରୋନା

ଉତ୍ତରପ୍ରଦେଶର ରାଜଧାନୀରେ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ରାଜ୍ୟ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ମଙ୍ଗଳବାର ଚେତାବନୀ ଦେଇଛନ୍ତି । ଉତ୍ତରପ୍ରଦେଶରେ COVID-19 ମାମଲା 101 କୁ ବୃଦ୍ଧି ପାଇଛି ଏବଂ ରାଜ୍ୟ ସାମୁହିକ ସଂକ୍ରମଣ ଆଡକୁ ଗତି କରୁଛି । ଅଧିକ ପଢନ୍ତୁ...

ୟୁପିରେ କୋରୋନା କମ୍ୟୁନିଟି ଟ୍ରାନ୍ସମିସନ ଆଡକୁ ଗତି କରୁଛି
up-corona-is-moving-towards-community-transmission-the-state-health-secretary

By

Published : Apr 1, 2020, 1:30 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନାର ସଂଖ୍ୟା 101 କୁ ବୃଦ୍ଧି ପାଇଛି ଏବଂ ରାଜ୍ୟରେ କମ୍ୟୁନିଟି ଟ୍ରାନ୍ସମିସନ(ସାମୁହିକ ସଂକ୍ରମଣ) ଆଡକୁ ଗତି କରୁଛି ବୋଲି ମଙ୍ଗଳବାର ରାଜ୍ୟ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ଚେତାବନୀ ଦେଇଛନ୍ତି।

ମୋହନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କହିଛନ୍ତି, "COVID-19 ମାମଲା 101 ରେ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି, "ଆମେ COVID-19 ର କମ୍ୟୁନିଟି ଟ୍ରାନ୍ସମିସନ ପର୍ଯ୍ୟାୟ ଆଡକୁ ଗତି କରୁଛୁ । ଆଗାମୀ 15 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।"

ମୋହନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ପ୍ରତ୍ୟେକ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର କରାଯିବା ଉଚିତ ଯାହା ଦ୍ବାରା COVID-19 କୁ ଯେକୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ । ୟୁପିର 8 ଟି ଲ୍ୟାବରେ ଏହି ପରୀକ୍ଷା କରାଯାଉଛି |

ରାଜ୍ୟରେ ପରୀକ୍ଷାଗାର ପାଇଁ ଝାନସୀ ଏବଂ ଲକ୍ଷ୍ନୌରେ ପ୍ରସ୍ତୁତି ଶେଷ ହୋଇଛି, ଖୁବ ଶୀଘ୍ର ପରୀକ୍ଷା ଆରମ୍ଭ ହେବ । ପ୍ରୟାଗରାଜରେ ମଧ୍ୟ ପରୀକ୍ଷା ଆରମ୍ଭ କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ COVID-19 ଯୋଗୁଁ ମୃତ୍ୟୁ ସଂଖ୍ୟା 32କୁ ବୃଦ୍ଧି ପାଇଛି ଏବଂ ସୋମବାର ସୁଦ୍ଧା ମୋଟ ସକ୍ରିୟ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା 1200ରୁ ଅଧିକ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details