ଓଡିଶା

odisha

ETV Bharat / bharat

ତବଲିଗି ଜମାତ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁପି ସଂଖ୍ୟାଲଘୁ କମିଶନର ସୁପାରିଶ - କୋରୋନା ନ୍ୟୁଜ୍

କୋରୋନା ସଂକ୍ରମଣ ଅଟକାଇବା ପାଇଁ ଯୋଗୀ ସରକାରଙ୍କୁ ଚିଠି ଲେଖିଲା ୟୁପି ସଂଖ୍ୟାଲଘୁ କମିଶନ ।

minorities seeks ban on Tablighi Jamaat
ତବଲିଗି ଜାମାତ ଉପରେ ପ୍ରତିବନ୍ଧକ ଲଗାଇବ

By

Published : Apr 24, 2020, 4:41 PM IST

ଲକ୍ଷ୍ନୌ: ତବଲିଗି ଜମାତ ଉପରେ ପ୍ରତିବନ୍ଧକ ଲଗାଇବା ଓ ଏହାର ସଦସ୍ୟମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଯୋଗୀ ସରକାରଙ୍କୁ କହିଛନ୍ତି ଉତ୍ତରପ୍ରଦେଶ ସଂଖ୍ୟାଲଘୁ କମିଶନ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି।

ମାରାତ୍ମକ କରୋନାଭାଇରସ ସାରା ଦେଶରେ ବ୍ୟାପିବା ପାଇଁ ତବଲିଗି ଜମାତ ଦାୟୀ ବୋଲି ଆୟୋଗର ଅନ୍ୟତମ ସଦସ୍ୟ ପରମିନ୍ଦର ସିଂ ଏହି ଚିଠିରେ ଲେଖିଛନ୍ତି । ସେମାନେ ମଦ୍ରାସା, ମସଜିଦ ଏବଂ ମୁସଲମାନ ଏବଂ ନିରୀହଙ୍କ ଘରେ ଲୁଚି ରହିଛନ୍ତି । ସଂଗଠନ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।

ଏହି ବିଷୟରେ ସମସ୍ତ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ଏବଂ ସର୍ବସମ୍ମତି କ୍ରମେ ତବଲିଗୀ ଜମାତକୁ ନିଷେଧ କରାଯିବା ଉଚିତ ବୋଲି କମିଶନ କହିଛି । ପୂର୍ବରୁ ତବଲିଗି ଜମାତ ଉପରେ ପ୍ରତିବନ୍ଧକ ଲଗାଇବା ଦାବି ଉପରେ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ସାରିଛନ୍ତି ।

@IANS

ABOUT THE AUTHOR

...view details