ଓଡିଶା

odisha

ETV Bharat / bharat

ୟୁପି ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ରାଜବର - suheldev-bhartiya-samaj-party

ସୁହେଲଦେବ ଭାରତୀୟ ସମାଜ ପାର୍ଟି ପ୍ରମୁଖ ଓମ୍‌ ପ୍ରକାଶ ରାଜଭର ୟୁପି ସରକାରରୁ ବରଖାସ୍ତ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁପାରିସ ପରେ ରାଜ୍ୟପାଳ ଏନେଇ ସହମତି ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ

By

Published : May 20, 2019, 11:42 AM IST

ନୂଆଦିଲ୍ଲୀ: ନିର୍ବାଚନ ସରିବା ସହ ଶେଷ ହୋଇଛି ବିଜେପିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ । ସୁଭାସପା ପ୍ରମୁଖ ଓମ୍‌ ପ୍ରକାଶ ରାଜବରଙ୍କୁ ଉତ୍ତର ପ୍ରଦେଶ କ୍ୟାବିନେଟ୍‌ରୁ ବରଖାସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁପାରିସ ପରେ ରାଜ୍ୟପାଳ ଏନେଇ ମଞ୍ଜୁରୀ ଦେଇଛନ୍ତି ।

ଏହା ବ୍ୟତିତ ରାଜବରଙ୍କୁ ପଛୁଆ ବର୍ଗ କଲ୍ୟାଣ ଏବଂ ଦିବ୍ୟାଙ୍ଗ ଜନ କଲ୍ୟାଣ ମନ୍ତ୍ରୀ ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି । ତେବେ ଏହା ପୂର୍ବରୁ ରାଜବର ଇସ୍ତଫା ଦାବି କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ମଞ୍ଜୁର କରିନଥିଲେ ।

ରାଜବର ୟୁପି କ୍ୟାବିନେଟରେ ପଛୁଆ ବର୍ଗ କଲ୍ୟାଣ ଏବଂ ଦିବ୍ୟାଙ୍ଗ ଜନ କଲ୍ୟାଣ ମନ୍ତ୍ରୀ ଥିଲେ । ଏହା ବ୍ୟତିତ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଉତ୍ତର ପ୍ରଦେଶରେ ବିଜେପିର ସହଯୋଗୀ ଦଳ ଥିଲା । 2017 ବିଧାନସଭା ନିର୍ବାଚନରେ ଦଳ 4 ସିଟ୍‌ରେ ବିଜୟ ହାସଲ କରିଥିଲା । କିନ୍ତୁ ଚଳିତ ଲୋକସଭା ନିର୍ବାଚନରେ ରାଜଭରଙ୍କ ଦଳ ବିଜେପି ସହ ନଲଢି ସ୍ବତନ୍ତ୍ର ଭାବରେ ଲଢିଥିଲା । ସୁଭାସପା ୟୁପିରେ ନିଜର 39 ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇଥିଲା । ତେବେ କେତେକ ଆସନରେ ସେ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରଚାର ମଧ୍ୟ କରିଥିଲା ।

ABOUT THE AUTHOR

...view details