ଓଡିଶା

odisha

କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ ମାମଲା, ଜବତ ହେବ ଆକ୍ରମଣକାରୀଙ୍କ ସମ୍ପତ୍ତି

କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଏବେ ସେମାନଙ୍କ ସମ୍ପତ୍ତି ଜବତ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Apr 17, 2020, 12:53 PM IST

Published : Apr 17, 2020, 12:53 PM IST

UP CM Yogi Adityanath
କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ ମାମଲା, ଜବତ ହେବ ଆକ୍ରମଣକାରୀଙ୍କ ସମ୍ପତ୍ତି

ଲକ୍ଷ୍ନୌ: କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି। ସରକାର ଲକଡାଉନ ସମୟରେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସମୟରେ ଲକଡାଉନ ଉଲ୍ଲଙ୍ଘନ ଓ ପୋଲିସ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ହେଉଥିଲେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପରିକି ସରକାର ମଧ୍ୟ ଅନେକ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଏନଏସଏ ଲଗାଉଛନ୍ତି। ଏହାସହିତ ସରକାର କୌଣସି ଉଲ୍ଲଙ୍ଘନକାରୀ ଜୋରିମାନା ଦେବାକୁ ଅକ୍ଷମ ହେଲେ ସେମାନଙ୍କ ସମ୍ପତ୍ତି ଜବତ କରିବାକୁ ପଛାଇବେ ନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି।

ପ୍ରକାଶ ଥାଉକି, ଲକଡାଉନ ସମୟରେ ଉତ୍ତର ପ୍ରଦେଶରେ ଅନେକ ସ୍ବାସ୍ଥ୍ୟକର୍ମୀ ଓ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ଦୃର୍ବୁତ୍ତମାନେ ଲକଡାଉନ ଉଲ୍ଲଙ୍ଘନ କରିବା ସହିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ମେଜିକାଲ ଷ୍ଟାଫଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଯୋଗୀ ସରକାର କଠୋର ପଦକ୍ଷେପ ସ୍ବରୂପ ଏନଏସଏ ଆଧାରରେ ମାମଲା ରୁଜୁ କରିବା ସହ ସମ୍ପତ୍ତି ଜବତ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରପ୍ରଦେଶର ମୁରାଦାବାଦରେ ବୁଧବାର ପୋଲିସ ଓ ଡାକ୍ତରଙ୍କ ସହ ହିଂସା ହୋଇଥିବା ଦେଖିବାକୁ ମିଳିଥିଲା। ଗୁରୁବାର ସଂପୃକ୍ତ ଘଟଣାର ସମୀକ୍ଷା କରିବା ପରେ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details