ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେବେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା - ବିଧାୟକ କୁଲଦିପ ସେନଗାର

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ସେପଟେ ସୀତାପୁର ଜେଲରେ ବନ୍ଦୀଥିବା କୁଲଦିପ ସେନଗାରଙ୍କୁ ତିହାର ଜେଲ ପଠାଯାଇଛି ।

ଫାଇଲ ଫଟୋ

By

Published : Aug 5, 2019, 7:15 PM IST

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ସେ ବର୍ତ୍ତମାନ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେପଟେ ମାମଲାର ଅଭିଯୁକ୍ତ ବିଧାୟକ କୁଲଦିପ ସେନଗାର ଏବଂ ତାଙ୍କ ସାଥୀ ଶସି ସିଂହଙ୍କୁ ଦିଲ୍ଲୀର ତିସ ହଜାରି କୋର୍ଟ ତିହାର ଜେଲ ପଠାଇବାର ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାର ଆଗାମି ଶୁଣାଣି କୋର୍ଟ ଅଗଷ୍ଟ 7 ତାରିଖରେ କରିବେ ।

ପ୍ରଥମେ ଗଣଦୁଷ୍କର୍ମ ଅଭିଯୋଗରେ ସୀତାପୁର ଜେଲରେ ବନ୍ଦୀଥିବା କୁଲଦିପ ସେନଗାରଙ୍କ ବିରୁଦ୍ଧରେ ବର୍ତ୍ତମାନ ହତ୍ୟା ଭଳି 5 ଟି ସଙ୍ଗୀନ ମାମଲା ରୁଜୁ କରାଯାଇଛି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ଶୁଣାଣି ଦିଲ୍ଲୀର ତିସ ହଜାରୀ କୋର୍ଟରେ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଉନ୍ନାଓ ଗଣଦୁଷ୍କର୍ମ ପୀଡିତା ତାଙ୍କର ମାଉସୀ, ଖୁଡି ଓ ତାଙ୍କ ଓକିଲଙ୍କ ସହ କାରରେ ଯାଉଥିଲେ। ଏହି ସମୟରେ ରାଏବରେଲୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ କାର୍‌ ଉପରେ ଚଢ଼ି ଯାଇଥିଲା। ପୀଡ଼ିତାଙ୍କ ମାଉସୀ ଓ ଖୁଡି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ସଡକ ଦୁର୍ଘଟଣା ପଛରେ କୁଲଦୀପ ସେନଗାରଙ୍କ ହାତ ଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details