ଲକ୍ଷ୍ନୌ: ଶୁକ୍ରବାର ପୁଣି ସୁପ୍ରିମ କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି । ପୀଡିତାଙ୍କ ସୁରକ୍ଷା ପାଇଁ ପୀଡିତାଙ୍କ ଦାଦାଙ୍କୁ ତୁରନ୍ତ ରାଇବରେଲୀ ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତରଣ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଲକ୍ଷ୍ନୌରେ ରହିବେ ପୀଡିତା: ସୁପ୍ରିମ କୋର୍ଟ - unnao development
ଶୁକ୍ରବାର ପୁଣି ସୁପ୍ରିମ କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି । ପୀଡିତାଙ୍କ ସୁରକ୍ଷା ପାଇଁ ପୀଡିତାଙ୍କ ଦାଦାଙ୍କୁ ତୁରନ୍ତ ରାଇବରେଲୀ ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତରଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏପଟେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଦାଲତ ପଚାରି ଥିଲେ । ଯାହାର ଉତ୍ତରରେ ସୋଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ପୀଡିତାଙ୍କ ପରିବାରକୁ ତାଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ପୀଡିତାଙ୍କ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବାରୁ ତାଙ୍କୁ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ସିପ୍ଟ କରାଯିବ ବୋଲି ସାଲିସିଟର ଜେନେରାଲ କହିଛନ୍ତି ।
ତେବେ ଗତ ଗୁରୁବାର ଅଦାଲତ ଏହି ମାମଲାରେ ଶୁଣାଣି କରିଥିଲେ । ଏଥିରେ ଅଦାଲତ ପିଡିତାଙ୍କ ପରିବାରକୁ କହିଥିଲେ ଯଦି ପରିବାର ଲୋକ ଚାହିଁଲେ ପିଡିତାଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଚିକିତ୍ସା କରାଯିବ ।