ଓଡିଶା

odisha

ଆସୁଛି ଅନଲକ 5.0: ସିନେମା ହଲରୁ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କଣ ରହିବ ନିୟମ ?

By

Published : Sep 28, 2020, 11:56 AM IST

ପୁରି ଆସିଲାଣି ଅନଲକ 4 ଗାଇଡ ଲାଇନର ସମୟ ଅବଧି। ତେବେ ଦେଶରେ ସଂକ୍ରମଣ ହାରରେ ବ୍ରେକ ଲାଗିବାର ନାଁ ଧରୁନି। ଏବଂ ଅନଲକ୍ 5.0 ଅକ୍ଟୋବର 1 ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ କ୍ଷେତ୍ରରେ କଟକଣା କୋହଳ ହେବ ବୋଲି ଆଶା କରାଯାଉଛି ।

ଆସୁଛି ଅନଲକ 5.0, ସିନେମା ହଲରୁ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କଣ ରହିବ ନିୟମ ?
ଆସୁଛି ଅନଲକ 5.0, ସିନେମା ହଲରୁ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କଣ ରହିବ ନିୟମ ?

ନୂଆଦିଲ୍ଲୀ: ପୁରିଆସିଲାଣି ଅନଲକ 4 ଗାଇଡ ଲାଇନର ସମୟ ଅବଧି। ତେବେ ଦେଶରେ ସଂକ୍ରମଣ ହାରରେ ବ୍ରେକ ଲାଗିବାର ନାଁ ଧରୁନି। ଏବଂ ଅନଲକ୍ 5.0 ଅକ୍ଟୋବର 1 ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ କ୍ଷେତ୍ରରେ କଟକଣା କୋହଳ ହେବ ବୋଲି ଆଶା କରାଯାଉଛି ।

ସାତଟି ଅଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ସିଏମ୍ ମାନଙ୍କୁ କହିଛନ୍ତି ଯେ “ମାଇକ୍ରୋ କଣ୍ଟେନମେଣ୍ଟ” ଜୋନର ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ମଧ୍ୟ ଦିଲ୍ଲୀ ସମେତ ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ଲକଡାଉନ୍ ଏବଂ କର୍ଫ୍ୟୁ ଲାଗୁ ନକରିବାକୁ ପରାମର୍ଶ ଦେଇଛନ୍ତି।

ତେବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ଅନଲକ ୫.୦ରେ କିଛି କଟକଣାକୁ କୋହଳ କରିପାରନ୍ତି । ଏପଟେ ଅନଲକ ପର୍ଯ୍ୟାୟରେ ନିର୍ଦ୍ଦେଶାବଳୀ ଜାରି କରୁଥିବାବେଳେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ କରିଛି ଯେ କେନ୍ଦ୍ରଗୁଡିକ ପରାମର୍ଶ ନକରି ପ୍ରତ୍ୟେକ ରାଜ୍ୟ ନିଜେ ଲକଡାଉନ୍ ଲଗାଇ ପାରିବେ ନାହିଁ।

ଇତି ମଧ୍ୟରେ ମହାରାଷ୍ଟ୍ରରେ ରେଷ୍ଟୁରାଣଟ, ସେଲୁନ, ଜିମ ଖୋଲିଛି । ଅଧିକାଂଶ ଆର୍ଥିକ କାରବାର ସଂସ୍ଥାନ ଖୋଲିଛି । ଅକ୍ଟୋବରରୁ ଆର୍ଥିକ ଗତିବିଧି ଆହୁରୀ ଗତିଶୀଳ ହେବ ବୋଲି ଆଶା କରାଯାଉଛି । ରାଜ୍ୟରେ କିଛି ଶିକ୍ଷାନୁଷ୍ଠାନ କୋଭିଡ-୧୯ ଗାଇଡଲାଇନ ଅନୁସାରେ ଖୋଲିଛି । ସେହିପରି କିଛି ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ମଧ୍ୟ ଧୀରେ ଧରେ ଖୋଲିବାରେ ଲାଗିଛି ।

ABOUT THE AUTHOR

...view details