ଓଡିଶା

odisha

By

Published : Aug 10, 2020, 7:03 AM IST

Updated : Aug 10, 2020, 9:54 AM IST

ETV Bharat / bharat

ଦେଶରେ ଦିନକରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ 64,399 ଆକ୍ରାନ୍ତ ଚିହ୍ନଟ, 21ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା
ଦିନକରେ 64,399 ଆକ୍ରାନ୍ତ ଚିହ୍ନଟ, 21ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

09:54 August 10

ଦେଶରେ ଦିନକରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ । ଦିନକରେ  62,064 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ହିଁ 1007 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22,15,075ରେ ପହଞ୍ଚିଥିବାବେଳେ 6,34,945 ଟି ସକ୍ରିୟ ମାମଲା ରହିଛି । 15,35,744 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

06:47 August 10

ଦିନକରେ ସର୍ବାଧିକ 64, 399ଜଣ ଚିହ୍ନଟ ହୋଇଥିବାବେଳେ 861ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦେଶରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 64, 399 ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 21ଲକ୍ଷ ଅତିକ୍ରମ କରିଛି । ମୋଟ 21,53,011 ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ଗୋଟିଏ ଦିନରେ  861ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 43,379କୁ ବୃଦ୍ଧି ପାଇଛି । ସେପଟେ 14,80,885ଜଣ ସୁସ୍ଥ ହୋଇଥିବାବେଳେ 6,28,747ଟି ସକ୍ରିୟ ମାମଲା ରହିଛି ।

Last Updated : Aug 10, 2020, 9:54 AM IST

ABOUT THE AUTHOR

...view details