ନୂଆଦିଲ୍ଲୀ: ପୁଣି ଦେଶରେ ଦେଶର ଦୈନିକ ରେକର୍ଡ ଭାଙ୍ଗିଲା କୋରୋନା । 24 ଘଣ୍ଟାରେ 27,114 ଆକ୍ରାନ୍ତ । 519 ମୃତ । ମୋଟ ସଂକ୍ରମିତଙ୍କ ସଂଖ୍ୟା 8,20,916କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ଛୁଇଁଲା 22,123 । ସେପଟେ 5,15,386 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,83,407ଟି ସକ୍ରିୟ ମାମଲା ରହିଛି ।
ଦେଶର ଦୈନିକ ରେକର୍ଡ ଭାଙ୍ଗିଲା କୋରୋନା, 8 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା - unlock 2.0
10:21 July 11
ଦେଶର ଦୈନିକ ରେକର୍ଡ ଭାଙ୍ଗିଲା କୋରୋନା, 8 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା
06:03 July 11
କୋରୋନା ଅପଡେଟ୍: ଦିନକରେ 26,506 ଆକ୍ରାନ୍ତ ଚିହ୍ନଟ, 457 ମୃତ
ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । ଶୁକ୍ରବାର ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, 24ଘଣ୍ଟାରେ 26,506ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ 457ଜଣ ପ୍ରାଣ ହରାଇଛନ୍ତି ।
ସେହିପରି ଦେଶରେ ମୋଟ 793802ଟି ପଜେଟିଭ ମାମଲା ରହିଛି । 2,76,685ଟି ସକ୍ରିୟ ମାମଲା ରହିଥିବାବେଳେ 4,95,513ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 21ହଜାର604ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।