ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଜୁନ 8ରୁ ଅନଲକ 1.0 ଅଧିନରେ ଦେଶରେ ଧାର୍ମିକ ସ୍ଥଳ ଖୋଲାଯିବ । ମାତ୍ର କଣ୍ଟେନମେଣ୍ଟ ଜୋନରେ ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଧାର୍ମିକ ସ୍ଥଳ ଗୁଡିକରେ କଣ କଣ ରହିଛି ଗାଇଡଲାଇନ ଜାଣନ୍ତୁ ।
-ଧାର୍ମିକ ସ୍ଥାନମାନଙ୍କରେ ବହୁ ସଂଖ୍ୟକ ଲୋକଙ୍କ ଗହଳି ରହିଥାଏ । ସେଥିପାଇଁ ଏହି ପରିସ୍ଥିତିରେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରାଯିବ ।
-ଧାର୍ମିକ ସ୍ଥାନରେ ଗୀତ ଗାଇବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଧାର୍ମିକ ସ୍ଥାନରେ ରେକର୍ଡ ହୋଇଥିବା ଭଜନଗୁଡ଼ିକ ବଜାଯାଇପାରିବ ।
-ସାମୂହିକ ପ୍ରାର୍ଥନା ବେଳେ ଅଧିକ ସଂଖ୍ୟକ ଲୋକ ଏକତ୍ରିତ ହୁଅନ୍ତି । ସେଥିପାଇଁ ଏକତ୍ରିତ ପାର୍ଥନା ଉପରେ ରୋକ ଲଗାଯାଇଛି ।
-ପ୍ରସାଦ ବଣ୍ଟନ ଏବଂ ଗଙ୍ଗା ଜଳ ଛିଞ୍ଚିବାକୁ ନେଇ ଅନୁମତି ଦିଆଯିବ ନାହିଁ ।