ଥିରୁବନନ୍ତପୁରମ: ଅର୍ଣ୍ଣାମୂଲା କନାଡି ହାତ ତିଆରି ମେଟାଲ ମିରର। ଯାହାର ମୂଲ୍ୟ 2 ଲକ୍ଷ ଟଙ୍କା । ସାଧାରଣତଃ ଏହି ମିରର ବିବାହ ଏବଂ ଘର ପ୍ରତିଷ୍ଠା ଉତ୍ସବରେ ଉପହାର ଭାବେ ପ୍ରଦାନ କରାଯାଏ।
ଏହି ମେଟାଲ ମିରର ପ୍ରଥମେ କେରଳର ଅର୍ଣ୍ଣାମୂଲା ଜିଲ୍ଲାରେ ତିଆରି ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଶିଳ୍ପୀ ମାନେ ମିଶି ଏଭଳି ଅଇନା ତିଆରି କରିଥାନ୍ତି। ହେଲେ କେରଳର ଭୟଙ୍କରୀ ବନ୍ୟାରେ ଭାସିଯାଇଥିଲା ସବୁକିଛି । ଶିଳ୍ପୀ ମାନଙ୍କ ପାଖରେ ଆବଶ୍ୟକ ହେଉଥିବା ସାମଗ୍ରୀ ନଥିଲା ଏହି ମିରର ତିଆରି ପାଇଁ । ହେଲେ ଶିଳ୍ପୀ ପୁଣି ଥରେ ଫେରିଛନ୍ତି ସେମାନଙ୍କ ବୃତ୍ତିକୁ।