ରାଞ୍ଚି: ଭିନ୍ନ ଉପାୟରେ ନିର୍ବାଚନ ସଚେତନତା ବାଣ୍ଟିଲେ କିଛି ଅନୁଷ୍ଠାନର ଲୋକେ । ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ନିର୍ବାଚନ ବିଷୟରେ ଅବଗତ କରିବା ପାଇଁ ସ୍ଥାନୀୟ କିଛି ଲୋକଙ୍କର ଏହି ପ୍ରୟାସ । ଜିଲ୍ଲା ମୁଖ୍ୟାଳୟରୁ 30 କିଲୋମିଟରର ଦୂରରେ ଝାଡଖଣ୍ଡ ହଜାରିବାଗର ଦୁଧମୈତ୍ୟ ଜଙ୍ଗଲ । ଅନୁଷ୍ଠାନ ପକ୍ଷରୁ କିଛି ଲୋକ ଜଙ୍ଗଲରେ ଥିବା ଗଛରେ ପୋଷ୍ଟର ମାଧ୍ୟମରେ କିପରି ଭୋଟ ଦେବାକୁ ହୁଏ ତାହା ଲେଖି ଲଗାଇଛନ୍ତି ।
ଗଛରେ ପୋଷ୍ଟର ମାରି ଭୋଟ ସଚେତନତା - awarness
ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ନିର୍ବାଚନ ବିଷୟରେ ଅବଗତ କରିବା ପାଇଁ ସ୍ଥାନୀୟ କିଛି ଲୋକଙ୍କର ଭିନ୍ନ ପ୍ରୟାସ ।
ଫଟୋ ସୌଜନ୍ୟ : ଏଏନଆଇ
ଅଧିକାଂଶ ସମୟରେ ଏଠିକାର ଆଦିବାସୀ ଜଙ୍ଗଲରେ ବୁଲୁଥାନ୍ତି । ବୁଲିବା ସମୟରେ ଏହି ଗଛରେ ଲାଗିଥିବା ପୋଷ୍ଟର ପଢି ନିର୍ବାଚନ ବିଷୟରେ ଅବଗତ ହେବେ । ଏ ହେଉଛି ସେହି ଜଙ୍ଗଲ ଯେଉଁଠି ଆରମ୍ଭ ହୋଇଥିଲା ଗଛ ରକ୍ଷାବନ୍ଧନ। ଗଛ ନ କାଟିବା ପାଇଁ 1995ରୁ ଅଭିଯାନ ଆରମ୍ଭ କରିଥିଲେ ମହାଦେବ ମହାତୋ ।