ନୂଆଦିଲ୍ଲୀ: ସରକାରୀ ଅଧିକାରୀଙ୍କୁ ଖୋଲା ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । 8 ଦିନ ଭିତରେ କାମ ଶେଷ ନକଲେ ଲୋକେ ଆଇନକୁ ହାତକୁ ନେଇ ମାଡ ମାରିବାକୁ କହିବେ ଗଡକରୀ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗତକାଲି ନାଗପୁରରେ "ଲଘୁ ଉଦ୍ୟୋଗ ଭାରତୀ'' ଦ୍ବାରା ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଏଭଳି କିଛି କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ଏମଏସଏମଇ ସେକ୍ଟରରେ କାମ କରୁଥିବା ଏହି ସଂସ୍ଥା ରାଷ୍ଟ୍ରୀୟ ସ୍ବଂୟସେବକ ସଙ୍ଘ(ଆରଏସଏସ) ସହ ମଧ୍ୟ ଜଡିତ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏମଏସଏମଇ ବ୍ୟବସାୟୀଙ୍କୁ ନୀତିନ କହିଥିଲେ ସରକାରୀ ଇନ୍ସପେକ୍ଟର/ଅଧିକାରୀ ଆମ ପାଖକୁ ଆସିଥାନ୍ତି । ସେମାନେ ଲାଞ୍ଚ ନିଅନ୍ତି । ମୁଁ ସେମାନଙ୍କ ସାମ୍ନାରେ କହୁଛି ମୁଁ ଜଣେ ଲୋକ ପ୍ରତିନିଧି । ତେଣୁ ସେ ଲୋକଙ୍କ ନିକଟରେ ଉତ୍ତରଦାୟୀ । ତେବେ ଯଦି ଆପଣ ଚୋରି କରୁଛନ୍ତି ମୁଁ ଆପଣଙ୍କୁ ଚୋର ହିଁ କହିବି ବୋଲି କହିଛନ୍ତି ନୀତିନ ଗଡକାରୀ ।