ଓଡିଶା

odisha

ETV Bharat / bharat

ଆତ୍ମନିର୍ଭର ଚାଷୀ, ଦେଶର କୌଣସି ବି ସ୍ଥାନରେ ବିକି ପାରିବେ ଫସଲ - Narendra Singh Tomar Interview

କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା ଉପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତେବେ ଶୁଣନ୍ତ କଣ କହୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ...

କୃଷି କ୍ଷେତ୍ରରେ ଆସିବ ସଂସ୍କାର
କୃଷି କ୍ଷେତ୍ରରେ ଆସିବ ସଂସ୍କାର

By

Published : May 16, 2020, 8:06 PM IST

(କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଇଟିଭି ଭାରତର ରିଜିଓନାଲ ଏଡିଟର ବ୍ରଜମୋହନ ସିଂଙ୍କ ସାକ୍ଷାତକାର)

କେନ୍ଦ୍ରସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା ଉପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବର୍ତ୍ତମାନ ପରିସ୍ଥିତିରେ ଭାରତ କେବଳ ଛିଡା ନହେଉ । ଆଗକୁ ବଢୁ ଓ ଆଗକୁ ଦଉଡୁ, ଏଥିପାଇଁ ଆତ୍ମନିର୍ଭର ଭାରତର ପ୍ୟାକେଜ ଘୋଷଣା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ତୋମାର ପ୍ରତିକ୍ରିୟା ଦେଇଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ତୋମାର କହିଛନ୍ତି ଯେ ଗାଁର ଗରିବ, କୃଷି ଓ କୃଷକ, ଏହାହିଁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ରହିଛି । ଲକଡାଉନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ଲକ୍ଷ 70 ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ପ୍ୟାକେଜର ଘୋଷଣା କରିଥିଲେ । ଏହାର ପରିଣାମ ସ୍ବରୂପ ଆଜି ଏପରି ସ୍ଥିତିରେ ମଧ୍ୟ ଦେଶର କୌଣସି ଲୋକ ଭୋକିଲା ରହିନାହିଁ । ଲକଡାଉନ ସମୟରେ ମଧ୍ୟ ଆମ କୃଷିକ୍ଷେତ୍ର ଅନେକ ସଫଳତା ହାସଲ କରିଛି । ଆମ ଚାଷୀ କୋରୋନାର ଯୋଦ୍ଧା ସାଜି ଲଢିଛନ୍ତି । ବର୍ତ୍ତମାନର ପ୍ୟାକେଜ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବ । କୃଷକଙ୍କ ଆମଦାନୀକୁ ବୃଦ୍ଧି କରିବା ସହିତ ଏହା କୃଷିକ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ।

ତୋମାର ଆହୁରି ମଧ୍ୟ କହିଛନ୍ତି ଯେ 70 ବର୍ଷରୁ କୃଷି କ୍ଷେତ୍ରରେ ଥିବା ବିଭିନ୍ନ ଫାଙ୍କକୁ ଦୂର କରି, କୃଷି କ୍ଷେତ୍ରକୁ ପୂର୍ଣ୍ଣ ମାତ୍ରାରେ ସଫଳ କରେଇବା ଆତ୍ମନିର୍ଭର ଭାରତର ମୂଳ ଲକ୍ଷ । ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି, ଯଥା ଗତ 1 ବର୍ଷରରେ 'ପିଏମ କିସାନ'ରେ 71 ହଜାର କୋଟି ଟଙ୍କା ଅର୍ଥ ଦିଆଯାଇଛି । ଫସଲବୀମା ଯୋଜନାର ଲାଭ ହେଉଛି । ଲକଡାଉନରେ ବି 6 ହଜାର କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇଛି । ରବି ଫସଲରେ ଏମଏସପି ବୃଦ୍ଧି କରାଯାଇଥିଲା । ଆଗାମୀ ଦିନରେ ଖରିଫ ଫସଲରେ ବି ଏମଏସପି ଘୋଷଣା ହେବ । ସରକାର 75 ହଜାର କୋଟି ଟଙ୍କାର ଫସଲ ଚାଷିଙ୍କ ଠୁ କିଣି ସାରିଲେଣି । ଏଥିମଧ୍ୟରୁ 60 ଲକ୍ଷ ଟନ ଧାନ କିଣା ସରିଥିବା କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାରଙ୍କ ପାଖରେ ସାର, କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି । ଦୁଇ ଦିନ ମଧ୍ୟରେ ଏହା ଚାଷୀଙ୍କୁ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜ୍ୟ ସରକାର ଏନେଇ ଅପଡେଟ୍‌ କରିନାହାନ୍ତି । କୌଣସି ରାଜ୍ୟକୁ ଯଦି ଅର୍ଥ ପ୍ରଦାନ କରିବାରେ ଅସୁବିଧା ଥାଏ, ତେବେ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ତୋମାର ।

ତେବେ ଉତ୍ପାଦ ଫସଲ ବିକ୍ରିକୁ ନେଇ ବଡ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେ କହିଛନ୍ତି ଯେ କୃଷକ ଦେଶରେ କୌଣସି ବି ସ୍ଥାନରେ ନିଜର ଉତ୍ପାଦକୁ ବିକ୍ରି କରି ପାରିବେ । କୃଷି କ୍ଷେତ୍ରରେ ଆଇନଗତ କଟକଣା ତଥା ଚାଷୀଙ୍କଠାରୁ କୌଣସି ବି କର ଆଦାୟ ନହେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ଏହା ଇତିହାସରେ ସବୁଠୁ ବଡ ପଦକ୍ଷେପ ଓ ସଂସ୍କାର । ଏହା ଦ୍ବାରା କୃଷକଙ୍କୁ ନିଜ ଉତ୍ପାଦର ଉଚିତ ମୂଲ୍ୟ ମିଳିପାରିବ । ତେବେ ଏହି କ୍ଷେତ୍ରରେ ଆହୁରି ମଧ୍ୟ ଅନେକ ସଂସ୍କାର ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ତୋମାର କହିଛନ୍ତି ଦେଶର ଗରିବ ଓ କୃଷକ ସରକାରଙ୍କ ପାଇଁ ମହତ୍ବ ରଖନ୍ତି। ପ୍ରଧାନମନ୍ତ୍ରୀ ମୋଦି ଯେବେ ଡିବିଡି ବିଷୟ କହିଲେ ଏହା ସମସ୍ତଙ୍କୁ ଗ୍ରହଣ କରିବାରେ ଅସୁବିଧା ହେଉଥିଲା । ହେଲେ ଏବେ ଏହାର ଅନେକ ଲାଭ ମିଳୁଛି । ଏହାଦ୍ବାରା ଲକଡାଉନ ସମୟରେ ବି କୃଷକଙ୍କ ଖାତାକୁ ସିଧା ଟଙ୍କା ପଠାଯାଇପାରିଲା । ଲକଡାଉନ ସମୟରେ କୃଷି କ୍ଷେତ୍ରରେ ଫସଲ ଉତ୍ପାଦ ପାଇଁ କଟକଣା କୋହଳ କରାଯାଇଥିଲା । ଖାଦ୍ୟ ଆପୂର୍ତ୍ତି ଓ ଉତ୍ପାଦ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ । ଖାଦ୍ୟର ପର୍ଯ୍ୟାପ୍ତ ଭଣ୍ଡାର ରହିଛି । ସ୍ବଭାବିକ ରୂପରେ ବର୍ତ୍ତମାନ ପରିସ୍ଥିତିରେ ଯଦି କୌଣସି ଦେଶରେ ଖାଦ୍ୟାଭାବ ଦେଖାଦିଏ ତେବେ ଭାରତ ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ସକ୍ଷମ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

ABOUT THE AUTHOR

...view details