ଓଡିଶା

odisha

ଓୱେସିଙ୍କୁ ପାଲଟା ଜବାବ ଦେଲେ ଭି.କେ ସିଂ

By

Published : Aug 5, 2020, 6:37 PM IST

ବିରୋଧୀ ଦଳର କାର୍ଯ୍ୟ ହେଉଛି ବିରୋଧ କରିବା, ସେମାନେ ତାହା କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ତଥା ଗାଜିଆବାଦ ସାଂସଦ ଭି.କେ ସିଂ କହିଛନ୍ତି ।

ଓୱେସିଙ୍କୁ ପାଲଟା ଜବାବ ଦେଲେ ଭି.କେ ସିଂ
ଓୱେସିଙ୍କୁ ପାଲଟା ଜବାବ ଦେଲେ ଭି.କେ ସିଂ

ଲକ୍ଷ୍ନୌ : ରାମ ମନ୍ଦିର ଶିଳାନ୍ୟାସକୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦୀନ ଓୱେସିଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ । ଓୱେସିଙ୍କ ବିବୃତ୍ତିକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଗାଜିଆବାଦ ସାଂସଦ ଭି.କେ ସିଂ କହିଛନ୍ତି, ବିରୋଧୀ ଦଳର କାର୍ଯ୍ୟ ହେଉଛି ବିରୋଧ କରିବା, ସେମାନେ ତାହା କରନ୍ତୁ । ଜନସାଧାରଣଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଆଜି ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଯାଇଛି ବୋଲି ସେ କହିଛନ୍ତି।

ଓୱେସିଙ୍କୁ ପାଲଟା ଜବାବ ଦେଲେ ଭି.କେ ସିଂ

ଏହା ବ୍ୟତୀତ ରାମ ମନ୍ଦିର ଭୂମି ପୁଜନରେ ବରିଷ୍ଠ ବିଜେପି ନେତା ଆଡଭାନୀଙ୍କୁ ନିମନ୍ତ୍ରଣ କରାଯାଇନଥିବା ପ୍ରସଙ୍ଗରେ ଭି.କେ ସିଂ କହିଛନ୍ତି, କୋରୋନା ମହାମାରୀ ଯୋଗୁଁ ଆଡଭାନୀଙ୍କୁ ନିମନ୍ତ୍ରଣ କରାଯାଇନଥିଲା । କାରଣ ଏହି କାର୍ଯ୍ୟକ୍ରମରେ କେବଳ ସିମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାକୁ ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

କରସେବକଙ୍କୁ ଶୁଭେଚ୍ଛା ଜଣାଇ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କରସେବକ ମାନେ କଠିନ ପରିଶ୍ରମ କରିଥିଲେ । ସମସ୍ତେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତ କରସେବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ବୁଧବାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି । ଏହାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦୀନ ଓୱେସି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିକୁ ଟାର୍ଗେଟ କରିଥିଲେ । ମୋଦି ଏଭଳି କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଶପଥର ଉଲଙ୍ଘନ କରିଛନ୍ତି ବୋଲି ଓୱେସି କହିଥିଲେ ।

ABOUT THE AUTHOR

...view details