ମୁଜାଫରନଗର: ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ବିପୁଳ ସଂଖ୍ୟାରେ ଲୋକ ଭୋଟ୍ ଦେଇଛନ୍ତି। ତେବେ ଉତ୍ତର ପ୍ରଦେଶର ମୁଜାଫରନଗର ବିଜେପି ପ୍ରାର୍ଥୀ ସଞ୍ଜୀବ ବଲୟାନ୍ ଏକ ଅଜବ ଅଭିଯୋଗ ଆଣିଛନ୍ତି । ସେ ଇଭିଏମ୍ରେ ଜାଲିଆତି ନେଇ ଅଭିଯୋଗ କରିବା ସହ ବୁର୍ଖା ପିନ୍ଧା ମହିଳାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।
କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ: ‘ବୁର୍ଖା ପିନ୍ଧା ମହିଳା ଭୋଟ୍ ଜାଲିଆତି କରୁଛନ୍ତି’
ଉତ୍ତର ପ୍ରଦେଶର ମୁଜାଫରନଗର ବିଜେପି ପ୍ରାର୍ଥୀ ସଞ୍ଜୀବ ବଲୟାନ୍ ଏକ ଅଜବ ଅଭିଯୋଗ ଆଣିଛନ୍ତି। ମୁଜାଫରନଗରର ସୁଜଦୋ ଗ୍ରାମରେ ଜାଲିଆତି କରି ଭୋଟ୍ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ମହିଳା ବୁର୍ଖା ପିନ୍ଧି କରି ଆସୁଛନ୍ତି ସେମାନଙ୍କ ଚେକିଂ ହେଉନାହିଁ।
ମୁଜାଫରନଗରର ସୁଜଦୋ ଗ୍ରାମରେ ଜାଲିଆତି କରି ଭୋଟ୍ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ମହିଳା ବୁର୍ଖା ପିନ୍ଧି କରି ଆସୁଛନ୍ତି ସେମାନଙ୍କ ଚେକିଂ ହେଉନାହିଁ । ଏଥିରେ ତାଙ୍କୁ ସନ୍ଦେହ ହେଉଛି ଯେ ଏମାନଙ୍କ ଦ୍ବାରା ଭୋଟ୍ ଜାଲିଆତି କରାଯାଉଛି । ବୁର୍ଖା ପିନ୍ଧିକି ରହିବା ଦ୍ବାରା ସେମାନଙ୍କ ମୁହଁ ଦେଖାଯାଇପାରୁନାହିଁ । ଫଳରେ ଭୋଟ୍ ଜାଲିଆତି ହେବାର ଅନେକ ଆଶା ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ତେବେ ଯଦି ଏହି ଘଟଣାରେ ଯାଞ୍ଚ କରାନଯାଏ ତେବେ ଏହି ଅଞ୍ଚଳରେ ସେ ଆଉଥରେ ମତଦାନ କରାଯିବା ପାଇଁ ଆବେଦନ କରିବେ ବୋଲି କହିଛନ୍ତି । ଏହାସହ କେତେକ ମହିଳା ଜାଲିଆତି କରି ଭୋଟ୍ ଦେଉଥିବାବେଳେ ସେ ଧରିଥିବା କହିଛନ୍ତି । ତେବେ ସଞ୍ଜୀବଙ୍କ ଏହି ଅଭିଯୋଗକୁ ନେଇ ଏବେ ବିବାଦ ଦେଖାଦେଇଛି । ବିଶେଷ କରି ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ତାଙ୍କୁ ବିରୋଧ କରିବା ସହ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଛନ୍ତି ।