ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ୍‌ ଶାହା, ତୃଣମୂଳ ଛାତିରେ ଛନକା

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି ଅମିତ ଶାହା । ପ୍ରଥମେ ସ୍ବାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନ ଯାଇ ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ୍‌ ଶାହ
ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ୍‌ ଶାହ

By

Published : Dec 19, 2020, 11:35 AM IST

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହା । ଏହି ଗସ୍ତ ସମୟରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି(ଶୁକ୍ରବାର) ରାତିରେ ସେ କୋଲକାତାରେ ପହଞ୍ଚିବା ପରେ ଆଜି ସକାଳୁ ପ୍ରଥମେ ଉତ୍ତର କୋଲକାତାରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନ ଯିବା ସହ ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାପରେ ଗୃହମନ୍ତ୍ରୀ ମେଦିନପୁର ଯିବାସହ ସେଠାରେ ଏକ ରାଲିରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଗୃହମନ୍ତ୍ରୀ କହିଛନ୍ତି,‘ ଏହା ବିବେକାନନ୍ଦଙ୍କ ଜନ୍ମସ୍ଥାନ । ବିବେକାନନ୍ଦ ଜୀ ଆଧୁନିକତା ଓ ଆଧ୍ୟାତ୍ମିକତାକୁ ଯୋଡିଥିଲେ । ମୁଁ ପ୍ରାର୍ଥନା କରୁଛି ଆମକୁ ସେ ଦେଖାଇଥିବା ପଥ ଅନୁକରଣ କରିବୁ ।’

ସେପଟେ ଅମିତ ଶାହାଙ୍କ ଏହି ଗସ୍ତକୁ ନେଇ ତୃଳମୂଳ କଂଗ୍ରେସ ଶିବିରରେ ଛନକା ଦେଖିବାକୁ ମିଳିଛି । ଶାହଙ୍କ ଗସ୍ତ ପୂର୍ବରୁ କିଛି ଜଣ ଟିଏମସି ବିଧାୟକ ଦଳ ଛାଡିଥିବାରୁ ସେମାନେ ଆଜି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ଟିଏମସି ନେତା ଓ ବାମ ଦଳର ନେତା ମଧ୍ୟ ଏହି ରାଲି ସମୟରେ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଧରିଛି । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଥାଉକି, ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ଶାହା ବିଜେପିର ସମସ୍ତ କାର୍ଯ୍ୟ ଉପରେ ପୂରା ଫୋକସ ଦେଇଛନ୍ତି । ଦଳ ଏଠାରେ ବିଜୟ ଲାଭ କରିବାକୁ ପୂରା ଦମ୍‌ ଲଗାଇଦେଇଥିବା ଦେଖିବାକୁ ମିଳିଛି । ଶାହାଙ୍କ ତୁହାକୁ ତୁହା ଗସ୍ତ ସହିତ ଦଳୀୟ ନେତା ଓ କର୍ମୀଙ୍କ ସହ ବୈଠକ ଏହା ପ୍ରମାଣିତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details