ଓଡିଶା

odisha

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି

By

Published : Nov 12, 2019, 5:35 PM IST

Updated : Nov 12, 2019, 5:59 PM IST

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ଶେଷରେ ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ । କୌଣସି ଦଳ ରାଜ୍ୟରେ ସରକାର ଗଠନ କରିବା ପାଇଁ ଆବଶ୍ୟକୀୟ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ, ମହାରାଷ୍ଟ୍ର ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ । ମଙ୍ଗଳବାର ଏହାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିଥିଲେ ।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର ପାଇଁ ନିର୍ବାଚନ ଫଳାଫଳ ବାହାରିବା ପରେ ଚାଲିଥିବା ମୁକାବିଲା ଚରମ ସୀମାରେ ପହଞ୍ଚିଥିଲା । ସୋମବାର ଏହି ରାଜନୈତିକ ଡ୍ରାମା ନାଟକୀୟ ମୋଡ ନେଇଥିଲା । ମଙ୍ଗଳବାର ପିଏମ ମୋଦିଙ୍କ ବ୍ରାଜିଲ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ଆସିଥିବା ସୁପାରିଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି ।

ସୋମବାର ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ବହୁମତ ସାବ୍ୟସ୍ତ କରିବାର ସମୟ ସୀମା ଥିଲା ମଙ୍ଗଳବାର ରାତି ସାଢେ ୮ଟା । ମାତ୍ର ମଙ୍ଗଳବାର ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ ଓ ଏହାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମହାରାଷ୍ଟ୍ର ମହାନାଟକର ଏକ ନୂଆ ପୃଷ୍ଠା ଯୋଡି ଦେଇଛି । ଅପରପକ୍ଷେ ଶିବସେନାକୁ ସରକାର ଗଠନ ପାଇଁ ଯଥେଷ୍ଟ ସମୟ ପ୍ରଦାନ ନକରାଯିବାରୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ଦଳ । ଏହାସହ ସୁପ୍ରିମକୋର୍ଟରେ ଦଳ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରିଛି ।

ଫାଇଲ ଫଟୋ

ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତିକୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ରଣଦୀପ ସୁର୍ଜେୱାଲା ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରୀଙ୍କ ଏହି ସୁପାରିଶ ସମ୍ବିଧାନ ପ୍ରକ୍ରିୟାର ମଜା ଉଡେଇବା ଭଳି ବୋଲି କଟାକ୍ଷ କରିଛନ୍ତି। ଏହାସହ କଂଗ୍ରେସ ବରିଷ୍ଠ ନେତା ସଞ୍ଜୟ ନିରୂପମ ରାଜ୍ୟପାଳ ନିଜ ପକ୍ଷରୁ ଦେଇଥିବା ସମୟସୀମା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ଥିଲା । ଏହାସହ ନିର୍ବାଚନ ଫଳାଫଳ ପରଠାରୁ ରାଜ୍ୟପାଳଙ୍କ ସମସ୍ତ ନିଷ୍ପତ୍ତିକୁ ସେ ଭୁଲ ଦର୍ଶାଇଛନ୍ତି । ଅନ୍ୟପଟେ ମଙ୍ଗଳବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଆଲୋଚନା ପାଇଁ କଂଗ୍ରେସ ନେତା ମୁମ୍ବାଇ ଯାଇଛନ୍ତି।

Last Updated : Nov 12, 2019, 5:59 PM IST

ABOUT THE AUTHOR

...view details