ନୂଆଦିଲ୍ଲୀ: ଆଜି ମୋଦି ସରକାରର ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2019-20 ଅର୍ଥିକ ବର୍ଷର ଆୟବ୍ୟୟ ଅଟକଳ ଉପସ୍ଥାପନ କରିବେ । ସୂଚନା ମୂତାବକ ମୋଦି ସରକାରଙ୍କ ଏହି ବଜେଟ କୃଷକ ଏବଂ ମଧ୍ୟମବର୍ଗର ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ ।
ବଜେଟରେ କୃଷକ ଓ ମଧ୍ୟମବର୍ଗଙ୍କୁ ମିଳିପାରେ ଫାଇଦା ! - ମଧ୍ୟମ ବର୍ଗ
ଆଜି ଲୋକସଭାରେ ଉପସ୍ଥାପନା ହେବ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ମୋଦି ସରକାରର ଦ୍ବିତୀୟ ପାଳିର ଏହା ହେଉଛି ପ୍ରଥମ ବଜେଟ । କେଉଁ କ୍ଷେତ୍ରକୁ କେତେ ଅର୍ଥ ସରକାର ବଜେଟରେ ସ୍ଥାନ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ଡ଼ିଜାଇନ୍ ଫଟୋ
କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ସରକାର କରିପାରନ୍ତି ବଡ ଘୋଷଣା । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଜରିଆରେ ଚାଷୀଙ୍କୁ ମିଳିବାକୁ ଥିବା 6000 ରାଶିକୁ ବୃଦ୍ଧି ଘଟାଇ 8000 ଟଙ୍କା କରିପାରନ୍ତି । ସେହିପରି ବ୍ୟକ୍ତିଗତ ଆୟକରଦାତାଙ୍କୁ ମିଳିପାରେ ବଡ଼ ଫାଇଦା । ପୂର୍ବରୁ ଟିକସ ଲାଗୁର ସୀମା 2.5 ଲକ୍ଷ ଥିବାବେଳେ ପୂର୍ଣ୍ଣାଙ୍ଗ ବଜେଟରେ ଏହି ଆୟ ସୀମା ବଢିବାର ସମ୍ଭାବନା ରହିଛି ।