ଓଡିଶା

odisha

ETV Bharat / bharat

ଅନଲାଇନ୍ କ୍ଲାସରେ ଯୋଗ ଦେଇ ନ ପାରିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

କେରଳର ମାଲାପୁରମ୍ ଜିଲ୍ଲାର ଭାଲାନଚେରୀରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନବମ ଶ୍ରେଣୀର ଛାତ୍ରୀ ଅନଲାଇନ୍ କ୍ଲାସରେ ଯୋଗ ଦେଇ ନ ପାରିବାରୁ ନିଜ ଦେହରେ ନିଆଁ ଲଗାଇ କରିଛି ଆତ୍ମହତ୍ୟା । ଅଧିକ ପଢନ୍ତୁ...

ଅନଲାଇନ୍ କ୍ଲାସରେ ଯୋଗ ଦେଇ ନ ପାରିବାରୁ ନିଜକୁ ଜାଳିଦେଲେ ନବମ ଶ୍ରେଣୀର ଛାତ୍ରୀ
ଅନଲାଇନ୍ କ୍ଲାସରେ ଯୋଗ ଦେଇ ନ ପାରିବାରୁ ନିଜକୁ ଜାଳିଦେଲେ ନବମ ଶ୍ରେଣୀର ଛାତ୍ରୀ

By

Published : Jun 2, 2020, 4:04 PM IST

ଥିରୁଅନନ୍ତପୁରମ: କୋରୋନା ପାଇଁ ସାରାଦେଶ ଲକଡାଉନ ସ୍ଥିତିରେ । ଏନେଇ ସରକାର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ କ୍ଲାସର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ କେରଳର ମାଲାପୁରମ୍ ଜିଲ୍ଲାର ଭାଲାନଚେରୀରେ ଘଟିଛି ଏକ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଜଣେ ନବମ ଶ୍ରେଣୀର ଛାତ୍ରୀ ଅନଲାଇନ୍ କ୍ଲାସରେ ଯୋଗ ଦେଇ ନ ପାରିବାରୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ।

ମୃତକ ଜଣକ ହେଉଛନ୍ତି ଭାଲାନଚେରୀର ବାସିନ୍ଦା ବାଲାକ୍ରିଷ୍ଣନଙ୍କ ଝିଅ ଦେବିକା । ଘରେ ତାଙ୍କର ଟେଲିଭିଜନ କିମ୍ବା ସ୍ମାର୍ଟଫୋନ୍ ନଥିବାରୁ ପିଲାଟି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା । ସୋମବାର ସକାଳେ ସେ ଅନଲାଇନ୍ କ୍ଲାସରେ ଯୋଗ ଦେଇ ନପାରିବାରୁ ସେ ଅତ୍ୟନ୍ତ ଦୁଃଖୀ ହୋଇ ଯାଇଥିଲା ବୋଲି ମୃତକଙ୍କ ବାପା କହିଛନ୍ତି ।

ଏହା ପରେ ତାଙ୍କ ମା ଜାଣିବାକୁ ପାଇଲେ ଯେ ଦେବିକା ଘରୁ ନିଖୋଜ ଅଛି । ବହୁ ଖୋଜାଖୋଜି ପରେ ସେମାନେ ନିଜ ଘରଠାରୁ ପ୍ରାୟ 200 ମିଟର ଦୂରରେ ଥିବା ତାଙ୍କ ପଡ଼ୋଶୀ ଏକ ଅଣସଂରକ୍ଷିତ ଘର ସାମ୍ନାରେ ଝିଅର ଜଳିଯାଇଥିବା ମୃତଦେହ ପାଇଥିଲେ । ସେ ରାତି 3.30ରୁ ନିଖୋଜ ଥିବା ଜଣାପଡିଛି । ଏହାସହ ଘରୁ ମିଳିଥିବା ନୋଟରେ ଏକ ହୃଦୟ ବିଦାରକ ବାର୍ତ୍ତା ଥିଲା:‘ମୁଁ ଯାଉଛି’।

ଦୁଃଖଦ ଘଟଣା ସମ୍ପର୍କରେ କେରଳ ଶିକ୍ଷା ମନ୍ତ୍ରୀ ସି ରାଭେନ୍ଦ୍ରନାଥ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି । କୋରୋନା ବିସ୍ତାର ଯୋଗୁଁ ରାଜ୍ୟରେ ଜୁନ୍ 1ରୁ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଶିକ୍ଷା ଆରମ୍ଭ କରିଥିଲା ​। ​ଯାହା ଭିକ୍ଟର ଚ୍ୟାନେଲରେ ପ୍ରସାରିତ ହୋଇଥାଏ। କ୍ଲାସ୍ 1 ରୁ 12 ପର୍ଯ୍ୟନ୍ତ ସମସ୍ତ ଛାତ୍ରଙ୍କୁ ଏକ ବିସ୍ତୃତ ସମୟସୀମା ପ୍ରଦାନ କରାଯାଇଥିଲା । ତଥାପି, ରାଜ୍ୟରେ ଆନୁମାନିକ 2.5 ଲକ୍ଷ ଛାତ୍ରଛାତ୍ରୀଙ୍କର ଟିଭି କିମ୍ବା ଡିଭାଇସ୍ ନାହିଁ । ପ୍ରାୟୋଜକଙ୍କ ସାହାଯ୍ୟରେ ଛୋଟ ଗୋଷ୍ଠୀକୁ ଲାପଟପ୍ ଦେବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details