ଓଡିଶା

odisha

By

Published : Jun 24, 2020, 12:36 PM IST

ETV Bharat / bharat

କୋରୋନା ଲଢେଇ : ଜାତିସଂଘରେ ସମ୍ମାନିତ ହେଲା କେରଳ

ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଜନସେବା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାମାରୀ କୋରୋନା ଭାଇରସ ବିରୋଧରେ ଲଢିଥିବାରୁ କେରଳକୁ ସମ୍ମାନିତ କରାଯାଇଥିଲା ।

ଜାତିସଂଘ
ଜାତିସଂଘ

ଥିରୁଅନନ୍ତପୁରମ : ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଜନସେବା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାମାରୀ କୋରୋନା ଭାଇରସ ବିରୋଧରେ ଲଢିଥିବା ରାଜ୍ୟ ଏବଂ ଦେଶକୁ ସମ୍ମାନିତ କରାଯାଇଥିଲା । ସେଥିରେ ଭାରତର କେରଳ ରାଜ୍ୟ ସାମିଲ ଥିଲା । ଏହି କାର୍ଯ୍ୟକ୍ରମ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା । ଏଥିରେ ଜାତିସଂଘ ସୁରକ୍ଷା ପରିଷଦର ମହାସଚିବ ଆଣ୍ଟୋନିଆ ଗୁଟେରସ ଏବଂ ଜାତିସଂଘ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ କୋରୋନା ଭାଇରସ ସହ ପ୍ରଭାବିତ ଢଙ୍ଗରେ ଲଢିଥିବା ନେଇ କେରଳର ସମସ୍ତ ନେତାଙ୍କର ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ମଧ୍ୟ ସାମିଲ ଥିଲେ । ଏହି ଅବସରରେ ଶୈଳଜା କହିଥିଲେ, ନିପାହ ଭାଇରସ ଏବଂ ଦୁଇଟି ବନ୍ୟା(2018 ଏବଂ 2019) ସହ ଲଢିବାର ଅନୁଭବ କୋରୋନାକୁ ସମୟ ମଧ୍ୟରେ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥିଲା ।

ସେ କହିଥିଲେ, ଉହାନରେ କୋରୋନା ମାମଲା ବୃଦ୍ଧି ହେବା ପରେ ରାଜ୍ୟ ସରକାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦିଶାନିର୍ଦ୍ଦେଶରେ ଯାଇଥିଲେ । ସମସ୍ତ ପ୍ରଟୋକଲ ଏବଂ ଅନ୍ତରାଷ୍ଟ୍ରୀୟ ନିୟମର ପାଳନ କରି ଆମେ କରୋନା ସଂକ୍ରମଣ ହାର 12.5 ପ୍ରତିଶତ ଏବଂ ମୃତ୍ୟୁ ହାର 0.6 ପ୍ରତିଶତରୁ କମ ରଖିବାରେ ସଫଳ ହେଲୁ ବୋଲି ଶୈଳଜା କହିଛନ୍ତି ।

ABOUT THE AUTHOR

...view details