ଓଡିଶା

odisha

ETV Bharat / bharat

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲା UN ମାନବାଧିକାର

କୃଷି ଆଇନ ବିରୋଧରେ ଚାଲି ଥିବା କୃଷକ ଆନ୍ଦୋଳନକୁ ଅନେକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ବ ସମର୍ଥନ ଜଣାଇଛନ୍ତି । ତେବେ ଏ ମଧ୍ୟରେ ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ମାନବାଧିକାର(UNR) ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ଟ୍ବିଟ କରିଛି । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ
ଚାଷୀ ଆନ୍ଦୋଳନ

By

Published : Feb 6, 2021, 8:30 AM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲି ଥିବା କୃଷକ ଆନ୍ଦୋଳନକୁ ଅନେକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ବ ସମର୍ଥନ ଜଣାଇଛନ୍ତି । ପପ୍ ଷ୍ଟାର ରିହାନାଙ୍କଠାରୁ ଆରମ୍ଭ କରି ପରିବେଶବିତ୍ ଗ୍ରେଟା, ସମସ୍ତେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଏହାକୁ ଦେଶରେ ମଧ୍ୟ ରାଜନୈତିକ ଚାପ ବଢିଛି । ତେବେ ଏ ମଧ୍ୟରେ ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ମାନବାଧିକାର(UNR) ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ଟ୍ବିଟ କରିଛି । ଏଥିରେ ଇଣ୍ଟରନେଟ୍ ବ୍ୟାନର ମଧ୍ୟ ଉଲ୍ଲେଖ ରହିଛି ।

ଟ୍ବିଟରେ ରହିଛି, ‘ଅଧିକାରୀ ଓ ପ୍ରଦର୍ଶନକାରୀଙ୍କୁ ଏହା କହିବାକୁ ଚାହୁଁଛୁ ଯେ କୃଷି ଆନ୍ଦୋଳନରେ ସଂଯମତା ରକ୍ଷା କରନ୍ତୁ । ଅଭିବ୍ୟକ୍ତର ଅଧିକାର ଶାନ୍ତିପୂର୍ଣ୍ଣ ଭାବେ ଅଫଲାଇନ୍ କିମ୍ବା ଅନଲାଇନ୍ ହେବା ଆବଶ୍ୟକ । ସମସ୍ତଙ୍କୁ ଏହି ମାମଲାରେ ଉଚିତ୍ ସମାଧାନ ରାସ୍ତା ଖୋଜିବା ଜରୁରୀ ’ ।

ପ୍ରକାଶଥାଉକି, ଦେଶରେ 2 ମାସରୁ ଅଧିକ ସମୟ ହେବ କୃଷି ଆନ୍ଦୋଳନ ଚାଲିଛି । ଅନ୍ତର୍ଜାତୀୟ ସେଲିବ୍ରିଟି ଲଗାତାର ଭାରତର କୃଷି ଆଇନକୁ ନେଇ ସମର୍ଥନ ଜଣାଉଛନ୍ତି । ସେମାନେ ଲେଖିଛନ୍ତି ଯେ, ଭାରତରେ ଚାଲିଥିବା କୃଷି ଆନ୍ଦୋଳନକୁ ଆମେ ମିଳିତ ସହଯୋଗ କରୁଛୁ । ପରିବେଶକୁ ନେଇ କାମ କରୁଥିବା ଭାରତୀୟ ସମାଜସେବୀ ଲିସିପ୍ରିୟା କଙ୍ଗୁଜମ୍ ମଧ୍ୟ ଟ୍ବିଟରରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ତେବେ ବୈଦେଶିକ ମନ୍ତ୍ରାଳୟ କିନ୍ତୁ ଏହି ବୟନବାଜିକୁ ବିଦେଶୀ ପ୍ରୋପାଗଣ୍ଡାର ଆଖ୍ୟା ଦେଇଛନ୍ତି ।

ABOUT THE AUTHOR

...view details