ଓଡିଶା

odisha

ETV Bharat / bharat

ଜାତିସଂଘ ସାଧାରଣ ସଭା: ସମାଧାନ ହେବ କି କାଶ୍ମୀର ପ୍ରସଙ୍ଗ? - UNGA-2019

ଆରମ୍ଭ ହୋଇଛି ଚଳିତ ବର୍ଷର ଜାତିସଂଘ ସାଧାରଣ ସଭା ବୈଠକ । ସେପ୍ଟେମ୍ବର 30 ଯାଏଁ ଚାଲିବାକୁ ଥିବା ଏହି ସଭାରେ ବିଶ୍ବର ଅନେକ ପ୍ରସଙ୍ଗ ଉଠିବ । ଏହା ମଧ୍ୟରେ ରହିଛି ଆତଙ୍କବାଦ, ପରମାଣୁ ବୋମା, ପରିବେଶ ସୁରକ୍ଷା ଓ 70 ବର୍ଷ ଧରି ବିବାଦରେ ରହି ଆସିଥିବା କାଶ୍ମୀର ପ୍ରସଙ୍ଗ । ନ୍ୟୁୟର୍କରେ ଅନୁଷ୍ଠିତ ହୋଇଛି ସାଧାରଣ ସଭା ବୈଠକ ।

ଡିଜାଇନ ଫଟୋ

By

Published : Sep 25, 2019, 2:19 PM IST

ହାଇଦ୍ରାବାଦ: ବିଶ୍ବର ମୁଖ୍ୟ ଏକାଠି ହୋଇଛନ୍ତି । ମିଳିତ ଜାତିସଂଘର ସାଧାରଣ ସଭା(UNGA-2019) ନ୍ୟୁୟର୍କରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ବର ସବୁଠାରୁ ବଡ ରାଜନୈତିକ ମଞ୍ଚ ଯେଉଁଠାରେ ବିଭିନ୍ନ ଦେଶରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା କରାଯାଇଥାଏ । ପ୍ରତିବର୍ଷ ସେପ୍ଟେମ୍ବରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥାଏ । ଏହା ସହ ବୈଠକର ବ୍ୟବସ୍ଥା ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ । ଚଳିତ ବର୍ଷ ଘାନା ସର୍ବପ୍ରଥମ ଆସନ ଗ୍ରହଣ କରିଛି ଓ ପରେ ଇଂରାଜୀ ବର୍ଣ୍ଣମାଳା ଅନୁସାରେ ସମସ୍ତ ଦେଶ ଆସନ ଗ୍ରହଣ କରିଛି । ଗରିବୀ ହଟେଇବା, ଗୁଣବତ୍ତାପୂର୍ଣ୍ଣ ଶିକ୍ଷା, ଜଳବାୟୁ ପ୍ରସଙ୍ଗ ଆଦି ଚଳିତ ବର୍ଷର ମୁଖ୍ୟ ପ୍ରସଙ୍ଗ । ତେବେ ଜାତିସଂଘର ସଭ୍ୟ ଥିବା ପ୍ରତ୍ୟେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ନିଜ ମତ ରଖିବାକୁ 15ମିନିଟ ସମୟ ଦିଆଯିବ।


UNGA-2019 ସମ୍ମିଳନୀ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ଧ୍ୟାନରେ ରଖି ଆୟୋଜିତ ହୋଇଛି । ଏଥିପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଅକ୍ଟୋବର ଶେଷ ସୁଦ୍ଧା ବ୍ରେକ୍ସିଟ୍ ଡିଲକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ବିଶ୍ବର ଲକ୍ଷ ଲକ୍ଷ ଯୁବପିଢି ପରିବେଶକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିବା ପରେ ପରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ତେବେ ସାଧାରଣ ସଭାରେ ଆଲୋଚନା ସେପ୍ଟେମ୍ବର 19ରୁ 30 ଯାଏଁ ଚାଲିବ । ନିମ୍ନରେ ସଭାରେ ଉଠିଥିବା କିଛି ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଛି...

ସେପ୍ଟେମ୍ବର 24 ଆଲୋଚନା

ମଧ୍ୟପୂର୍ବରେ ଦେଖାଯାଉଥିବା ଅଶାନ୍ତିକୁ ନେଇ ଏଥିରେ ଆଲୋଚନା କରାଯାଇଥିଲା । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ଇରାନରେ ଥିବା କଏଦୀଙ୍କ ମୁକ୍ତି ପାଇଁ ଇରାନ ରାଷ୍ଟ୍ରପତି ହସନ୍ ରୋହାନିଙ୍କ ସହ ଆଲୋଚନା କରିଥିଲେ । ଏହାସହ ସୀମାରେ ଇରାନର ଗତିବିଧିକୁ ମଧ୍ୟ ବିରୋଧ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷେ ଆମେରିକା ପ୍ରାୟ 30ଟି ଦେଶର ନେତୃତ୍ବ ନେବା ସହ ଚାଇନାର ମୁସଲମାନଙ୍କ ବିରୋଧରେ କରାଯାଉଥିବା ‘ଭୟାନକ ଦମନ ଅଭିଯାନ’କୁ ବିରୋଧ କରିଥିଲା । ଚାଇନା ମଧ୍ୟ ଆମେରିକାର ଏହି ପ୍ରସଙ୍ଗକୁ ବିରୋଧ କରି ତାଚ୍ଛଲ୍ୟ କରିଥିଲା ଓ ଆତଙ୍କବାଦୀ ଦମନ ପାଇଁ ଏହା ଜରୁରୀ ବୋଲି ମଧ୍ୟ କହିଥିଲା ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଉଭୟ ଆମେରିକା ଓ ଇରାନର ରାଷ୍ଟ୍ରପତିଙ୍କୁ ଦେଖା କରିଥିଲେ । ତେହେରାନ୍ ଓ ୱାସିଂଟନଙ୍କ ମଧ୍ୟରେ ହେଉଥିବା ଅଶାନ୍ତିକୁ ରୋକିବା ପାଇଁ ହେଲେ ଭଉୟ ଦେଶକୁ ବୁଝାମଣା କରିନେବା ଉଚିତ୍ ବୋଲି ସେ ମତ ରଖିଥିଲେ ।

ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ ପରେ ଇରାନର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍। ଇରାନ ପାଇଁ ପାକିସ୍ତାନକୁ ମଧ୍ୟ ଅନେକ ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ତୁର୍କୀର ରାଷ୍ଟ୍ରପତି ରେସେପ ତଇପ ଏର୍ଡୋଗନ୍, ସିରିୟାର ଗୃହଯୁଦ୍ଧକୁ ନେଇ ମାନବିକତା ଦେଖାଇବା ପାଇଁ ସମସ୍ତ ଦେଶକୁ ଅନୁରୋଧ କରିଥଲେ । ପ୍ରାୟ 9 ବର୍ଷର ଗୃହଯୁଦ୍ଧକୁ ସମାପ୍ତ କରିବାକୁ ଅନୁରୋଧ କରିଥିଲେ । ତୁର୍କୀରେ ରହୁଥିବା ତିନି ମିଲିୟନ ଶରଣାର୍ଥୀଙ୍କ ମଧ୍ୟରୁ ଅନେକ ସିରିୟାର । ତୁର୍କୀରେ ସିରିୟାର ପ୍ରାୟ ଦେଢଲକ୍ଷ ଛୁଆ ଜନ୍ମ ନେଇଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି ।

ଅନ୍ୟପକ୍ଷେ ତୁର୍କୀ ରାଷ୍ଟ୍ରପତି, ପରମାଣୁ ବୋମା ପାଇଁ ସମସ୍ତଙ୍କ ପାଖରେ ଅଧିକାର ରହିବା ଜରୁରୀ ବୋଲି କହିଛନ୍ତି । ଅନେକ ଛୋଟ ଛୋଟ ଦେଶ ରହିଛି, ଯାହା ପାଖରେ ପରମାଣୁ ବୋମାର ଅଧିକାର ନାହିଁ । ଏଭଳି ଅସମାନତା ରହିବା ଜରୁରୀ ନୁହେଁ । ତେଣୁ ଯଦି ପରମାଣୁ ବୋମା ରହିବ ତ' ସମସ୍ତଙ୍କ ପାଖରେ ରହିବ ନହେଲ କାହା ପାଖରେ ରହିବ ନାହିଁ ବୋଲି କହିଛନ୍ତି ।

ଚାଇନାର ବାଣିଜ୍ୟିକ ଅନ୍ୟାୟ ଓ ସ୍ବେଚ୍ଛାଚାରିତାକୁ ଅନେକ ବର୍ଷ ହେବ ସହ୍ୟ କରାଯାଉଛି ବୋଲି ଜାତିସଂଘର ସାଧାରଣ ସଭାରେ କହିଥିଲେ ଟ୍ରମ୍ପ । ହଂକଂର ସ୍ବାଧିନତା ଓ ଗଣତନ୍ତ୍ରକୁ ସମ୍ମାନ ଦିଆ ଦିଆଯାଉଛି ବୋଲି ମଧ୍ୟ କହିଥିଲେ । ହଂକଂ ସଙ୍କଟକୁ ଚାଇନା ଯେପରି ପରିଚାଳନା କରୁଛି, ତା ଉପରେ ଆମେରିକା ପ୍ରଶାସନ ନଜର ରଖିଥିବା ମଧ୍ୟ କହିଛନ୍ତି।

ବିଶ୍ବ ଦୁଇଟି ଭାଗରେ ବିଭକ୍ତ ହେଉଥିବା କହିଛନ୍ତି ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟେନିଓ ଗୁଟେରିସ । ସଂଯୁକ୍ତ ରାଷ୍ଟ୍ର ଓ ଚାଇନାରେ ବିଭକ୍ତ ହେଉଛି ଦେଶ । ଆମେ ସମସ୍ତ ପ୍ରକାର ଚେଷ୍ଟ କରୁଛୁ ଏହି ଫାଟକୁ ରୋକିବା ପାଇଁ ବୋଲି କହିଛନ୍ତି ସମ୍ପାଦକ ।

ସେପ୍ଟେମ୍ବର 23 ଆଲୋଚନା:-

ଏଥିରେ ମୁଖ୍ୟତଃ ପରିବେଶ ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା ଆଦି ପାଇଁ ଆଗୁଆ ସତର୍କ ହେବା ଜରୁରୀ ବୋଲି ଜାତିସଂଘରେ ଆଲୋଚନା କରାଯାଇଛି । 2050 ସୁଦ୍ଧା ଅଙ୍ଗାରକାମ୍ଲ ନିଷ୍କାସନକୁ ରୋକିବା ପାଇଁ 77ଟି ଦେଶ ସଙ୍କଳ୍ପବଦ୍ଧ ହୋଇଥିବା ଜଣାଇଛି ଜାତିସଂଘ ।

17ଟି ଦେଶ ଓ 100 ବାଣିଜ୍ୟ ମୁଖ୍ୟ ଗ୍ରୀନ ଅର୍ଥନୀତି ସହ ଜଡିତ ଅଛନ୍ତି । ମାତ୍ର ଏହା ପରେ ମଧ୍ୟ କୋଇଲା ଖଣି ପ୍ରଦୂଷଣ ରୋକିବା ସମ୍ଭବ ହୋଇପାରୁନାହିଁ ବୋଲି କୁହାଯାଇଛି । ଅନ୍ୟପକ୍ଷେ କାଶ୍ମୀର ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।


ଫ୍ରାନ୍ସ, ବ୍ରିଟେନ୍ ଓ ଜର୍ମାନୀ, ସାଉଦୀ ଆରବ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି । 14 ସେପ୍ଟେମ୍ବରରେ ସାଉଦୀ ଆରବର ତୈଳକୂପ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ତେହେରାନ ସହ ପରମାଣୁ ଓ ମିସାଇଲ କାର୍ଯ୍ୟକ୍ରମ ଓ ସୁରକ୍ଷା ବାବଦରେ ଆଲୋଚନା କରିଥିଲେ ତିନି ଦେଶ । ପରମାଣୁ ବୋମା ଓ କ୍ଷେତ୍ରୀୟ ସୁରକ୍ଷା ଉପରେ ଦୀର୍ଘଦିନର ମୂଲଚାଲକୁ ବନ୍ଦ କରାଯାଉ ବୋଲି କହିଥିଲେ ତିନି ଦେଶର ମୁଖ୍ୟ ।


ଯଥା ଶୀଘ୍ର ପାକିସ୍ତାନ ଓ ଭାରତକୁ ଏକାଠି ହୋଇ କାଶ୍ମୀର ପ୍ରସଙ୍ଗକୁ ସମାଧାନ କରିବା ଜରୁରୀ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଅନ୍ୟପକ୍ଷେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଆମେରିକାର ହସ୍ତକ୍ଷେପ ଲୋଡିଛନ୍ତି।

ଅନ୍ୟପକ୍ଷରେ ପରିବେଶକୁ ଚିନ୍ତା ପ୍ରକାଶ କରିଥିଲେ କୁନି ପରିବେଶବିତ୍ ଗ୍ରେଟା ଥନବର୍ଗ । ଜାତିସଂଘ ବୈଠକରେ ଛିଡା ହୋଇ କରିଥିଲେ ପ୍ରଶ୍ନ । ଆମ ସ୍ବପ୍ନକୁ ଆପଣ ଛଡାଇ ନେଇଛନ୍ତି ବୋଲି ଦୁଃଖଭରା କଣ୍ଠରେ କହିଥିଲେ ଗ୍ରେଟା । ଯଦି ଜଳବାୟୁକୁ ସୁରକ୍ଷା ନଦିଅନ୍ତି ତେବେ ଯୁବପିଢି କେବେ କ୍ଷମା କରିବେନି ବୋଲି ବୈଠକରେ କହିଥିଲେ ସେ । ଏହାସହ ଆମାଜନ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।


ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଭାରେ ଅନେକ ପ୍ରସଙ୍ଗ ଉଠିବାକୁ ବାକି ରହିଛି । ଅନ୍ୟପକ୍ଷେ ବୁଧବାର ଇରାନର ରାଷ୍ଟ୍ରପତି ସମ୍ବୋଧିତ କରିପାରନ୍ତି । ଏହାସହ ଇରାନ ପ୍ରସଙ୍ଗରେ ମଧ୍ୟ ଟ୍ରମ୍ପଙ୍କ ସହ ଇରାନ ରାଷ୍ଟ୍ରପତି କଥାବାର୍ତ୍ତା କରିପାରନ୍ତି । ଅନ୍ୟପକ୍ଷେ ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ସଭାରେ ଅନେକ ରାଷ୍ଟ୍ର ଭାଗ ନେଇନାହାଁନ୍ତି । ଇସ୍ରାଏଲ୍, ରୁଷ୍, ଚୀନ୍, ଭେନେନଜୁଏଲାର ରାଷ୍ଟ୍ରପତି ଏହି ବୈଠକରେ ଯୋଗ ଦେଇନାହାଁନ୍ତି ।


ତେବେ ଭାରତ ପାଇଁ ବର୍ତ୍ତମାନ ସବୁଠାରୁ ବଡ ପ୍ରସଙ୍ଗ ହେଉଛି କାଶ୍ମୀର । ପାକିସ୍ତାନ ଓ ଭାରତ ଭିତରେ ଚାଲିଥିବା ଏହି ଶୀତଳଯୁଦ୍ଧ ବିଷୟରେ ସେପ୍ଟେମ୍ବର 27ରେ ଆଲୋଚନା କରାଯିବ । ତେବେ ଦେଖିବାକୁ ବାକି ରହିଲା ଏହି 70 ବର୍ଷର ସମସ୍ୟାର କେବେ ସମାଧାନ ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details