ବେଙ୍ଗାଲୁରୁ: ନଦୀର ମାଛ ଧରୁଥିବା ସମୟରେ ପାଣିରୁ ମିଳିଲା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାରେ ।
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ରିତେଶ ନାମକ ଜଣେ ଯୁବକ ଉଡ୍ଡୁପିର ସ୍ବର୍ଣ୍ଣ ନଦୀରେ ମାଛ ଧରିବାକୁ ଯାଇଥିଲେ । ହଠାତ୍ ପାଣିରେ କିଛି ଚିକ୍ ମିକ୍ କରୁଥିବା ଦେଖିବାକୁ ପାଇଥିଲେ । କିଛି ନ ଭାବି ସେ ସେହି ଚିକ୍ ମିକ୍ ଜିନିଷଟି ଆଣିବାକୁ ପାଣିକୁ ଡେଇଁ ପଡିଥିଲେ । ଆଉ ତାପରେ ସେଠାରୁ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପାଇଥିଲେ ।