ଓଡିଶା

odisha

ETV Bharat / bharat

18 ସାଂସଦଙ୍କ ସହ ଆଜି ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜର 18 ସାଂସଦଙ୍କ ସହିତ ରବିବାର ଅଯୋଧ୍ୟା ପହଞ୍ଚିବେ । ଲୋକସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ନିଜ ପରିବାର ସହିତ ଅଯୋଧ୍ୟା ଗସ୍ତ କରିଥିଲେ ।

By

Published : Jun 16, 2019, 9:37 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ରାଜନିତୀ ପୁଣି ଉଷ୍ମ ହେବାରେ ଲାଗିଛି । ଏପରି ସ୍ଥିତିରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜର 18 ସାଂସଦଙ୍କ ସହିତ ରବିବାର ଅଯୋଧ୍ୟା ପହଞ୍ଚିବେ । ଉଦ୍ଧବଙ୍କ ବାରମ୍ବାର ଅଯୋଧ୍ୟା ଗସ୍ତ ରାମ ମନ୍ଦିର ନିର୍ମାଣକୁ ନେଇ ମୋଦି ସରକାରଙ୍କ ଉପରେ ଚାପ ପକାଇବାର ସଙ୍କେତ ଦେଉଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ନିଜ ପରିବାର ସହିତ ଅଯୋଧ୍ୟା ଗସ୍ତ କରିବା ସହ ମନ୍ଦିର ନିର୍ମାଣକୁ ନେଇ ମୋଦି ସରକାରଙ୍କୁ କାଠଗଡାରେ ଛିଡା କରିଥିଲେ । ଏବେ ପୁଣି ଥରେ ଉଦ୍ଧବ ଶିବସେନାର 18 ସାଂସଦଙ୍କ ସହ ଅଯୋଧ୍ୟା ଯାଉଛନ୍ତି ।

ରାମ ରାଜନୀତିର ବିଷୟ ନୁହେଁ ଓ ଶିବସେନା ରାମଙ୍କ ନାମ ଉପରେ କେବେ ଭୋଟ ମାଗିବ ନାହିଁ ବୋଲି ପୂର୍ବରୁ ଅଯୋଧ୍ୟା ଗସ୍ତ ସମୟରେ ଉଦ୍ଧବ କହିଥିଲେ ।

ABOUT THE AUTHOR

...view details