ମୁମ୍ବାଇ: ମହାରାଷ୍ଟ୍ର ବିଧାନପରିଷଦର ସଦସ୍ୟଭାବେ ସୋମବାର ଦିନ ଗୋଟାଏରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଅନ୍ୟ 8 ଜଣ ପ୍ରାର୍ଥୀ ମଧ୍ୟ ବିଧାନପରିଷଦର ସଦସ୍ୟଭାବେ ଶପଥନେବେ । ବିଧାନଭବନରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ହେବ । ଶପଥ ନେବାକୁ 9 ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ସଦୟ ଆଗାମୀ 6 ବର୍ଷ ପର୍ଯ୍ୟନ୍ତ ବିଧାନ ପରିଷଦର ସଦସ୍ୟ ହୋଇ ରହିବେ ।
ସୋମବାର MLC ପଦରେ ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ - MLC Uddhav Thackeray
ମହାରାଷ୍ଟ୍ର ବିଧାନପରିଷଦର ସଦସ୍ୟଭାବେ ସୋମବାର ଦିନ ଗୋଟାଏରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ 9 ନିର୍ବାଚିତ ପ୍ରାର୍ଥୀ । ଅଧିକ ପଢନ୍ତୁ...
ସୋମବାର ବିଧାନପରିଷଦ ସଦସ୍ୟ ଭାବେ ଶପଥ ନେବେ ଉଦ୍ଧବ
ମୋଟ 14 ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ବିଜେପି ଓ ଏନସିପିର 2 ଜଣ ଲେଖାଏଁ ସଦସ୍ୟ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିଲେ । ଅନ୍ୟପକ୍ଷେ ଜଣେ ସ୍ବାଧିନ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀ ପତ୍ର ନାକଜ ହୋଇଯାଛି । ଗତ ଗୁରୁବାର 9 ଜଣଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚିତ କରିଥିଲେ । ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଶିବସେନାର ନୀଲମ ଗୋରେ, ବିଜେପିର ଗୋପିଚାନ୍ଦ ପାଦଲକର, ପ୍ରବୀଣ ଦତକେ, ରଞ୍ଜୀତ ପାଟିଲ, ରମେଶ କରାଦ, ଏନସିପିର ଶକ୍ତିକାନ୍ତ ସିନ୍ଧେ, ଅମୋଲ ମିତକାରି ଏବଂ କଂଗ୍ରେସର ରାଜେଶ ରାଠୋର ସାମିଲ ଅଛନ୍ତି ।