ମୁମ୍ବାଇ:ବନ୍ୟାଞ୍ଚଳ ପରିଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସୋମବାର ଦିନ ପଶ୍ଚିମ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ,ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, କୃଷିମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଧାୟକ ସୋଲାପୁର ଜିଲ୍ଲାର ସାଙ୍ଗଭିଖୁରଧା ଗାଁରେ ପହଞ୍ଚି ଥିଲେ । ସେଠାରେ ବନ୍ୟାର ସ୍ଥିତି ପରଖିଥିଲେ । ଏହାସହ କ୍ଷତିଗ୍ରସ୍ତଙ୍କୁ ରିଲିଫ ବାବଦକୁ ଚେକ ପ୍ରଦାନ କରିଛନ୍ତି ।
ବନ୍ୟାଞ୍ଚଳ ପରିଦର୍ଶନ କଲେ ଉଦ୍ଧବ ଠାକରେ, କ୍ଷତିଗ୍ରସ୍ତଙ୍କୁ ଦେଲେ ଚେକ - Uddhav Thackeray
ବନ୍ୟାଞ୍ଚଳ ପରିଦର୍ଶନ କଲେ ଉଦ୍ଧବ ଠାକରେ । କ୍ଷତିଗ୍ରସ୍ତଙ୍କୁ ବଢାଇଲେ ସହାୟତାର ହାତ । ଅଧିକ ପଢନ୍ତୁ....
ବନ୍ୟାଞ୍ଚଳ ପରିଦର୍ଶନ କଲେ ଉଦ୍ଧବ ଠାକରେ, କ୍ଷତିଗ୍ରସ୍ତଙ୍କୁ ଦେଲେ ଚେକ
ସୋଲାପୁରରେ ପ୍ରବଳ ବର୍ଷା ହେତୁ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ କ୍ଷୟକ୍ଷତି ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ବୋଲି ଜଣାପଡିଛି । ଗତ ସପ୍ତାହରେ ଚାରି ଦିନରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ମହାରାଷ୍ଟ୍ରର ଅନେକ ଜିଲ୍ଲା ଜଳବନ୍ଦୀ ହୋଇଥିଲା ।
@ ANI