ମୁମ୍ବାଇ: କୋଭିଡ୍-19 ମୁକାବିଲାକୁ ଦୃଷ୍ଟିରେ ରଖି ଆଗଧାଡିରେ ସେବାରତ କର୍ମଚାରୀଙ୍କୁ 1 କୋଟି ଟଙ୍କାର ଫ୍ରି-ରାଇଡ୍ ସେବା ଉବେର୍ ଯୋଗାଇ ଦେଉଛି। ଶୁକ୍ରଵାର କମ୍ପାନୀ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏହି ସୁବିଧା କରାଯାଇଛି ଵୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।
ମହାମାରୀ ମୁକାଵିଲା, ସେବାରତଙ୍କୁ ଉବେର୍ ଦେଉଛି କୋଟିଏ ଟଙ୍କାର ମାଗଣା ସେବା
କୋରୋନା ଯୁଦ୍ଧରେ ଲଢୁଥିବା ଆଗଧାଡିର ସେବାରତଙ୍କୁ ଉବେର ଯୋଗାଉଛି ମାଗଣା ସେବା। ଶୁକ୍ରଵାର କମ୍ପାନୀ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏହି ସୁବିଧା କରାଯାଇଛି ଵୋଲି ସୂଚନା ମିଳିଛି।
ଯାହାକି ମହାରାଷ୍ଟ୍ରର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି କୋରୋନା ଯୁଦ୍ଧରେ ସାମିଲ୍ ଥିଵା ସମସ୍ତ କର୍ମଚାରୀଙ୍କୁ ନବା ଆଣିବା କରିବାରେ ଉବେର୍ ସାହାଯ୍ୟ କରୁଛି। ମିଲିୟନ୍ ରାଇଡ୍ ଏବଂ ଖାଦ୍ୟ ବିତରଣକୁ ମଧ୍ୟ ମାଗଣାରେ ଯୋଗାଇବା ପାଇଁ ରାଜ୍ୟ ସହିତ ଉଵେର୍ କମ୍ପାନୀର ସହଭାଗୀତା ଵା ମିଳିତ ଉଦ୍ୟମ କରାଯାଉଛି। ଏହା ବିଶ୍ୱସ୍ତରୀୟ ପ୍ରତିବଦ୍ଧତାର ଏକ ଅଂଶ ଵୋଲି କୁହାଯାଇପାରେ।
କୋଭିଡ୍-19 ର ବିସ୍ତାରକୁ ରୋକ ଲଗାଇବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମସ୍ତ ଡ୍ରାଇଭରଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥା ମାସ୍କ, ଗ୍ଲୋଭସ୍, ସାନିଟାଇଜର ଯୋଗାଇ ଦିଆଯାଉଛି।