ଓଡିଶା

odisha

ETV Bharat / bharat

ଯମୁନା ନଦୀ ସଫା କଲେ 2 କେନ୍ଦ୍ରମନ୍ତ୍ରୀ - YAMUNA

ଗଙ୍ଗା ପରେ ଏବେ ଫୋକସ ଯମୁନା ଉପରେ । କେବେ ହସିବ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଯମୁନା ନଦୀ ଓ ବହୁ ପୁରାତନ ଘାଟ, ତା ଉପରେ ସମସ୍ତଙ୍କ ନଜର ।

ଯମୁନା ନଦୀ ସଫେଇ କଲେ 2 କେନ୍ଦ୍ରମନ୍ତ୍ରୀ

By

Published : Jun 24, 2019, 5:52 PM IST

Updated : Jun 24, 2019, 7:52 PM IST

ନୂଆଦିଲ୍ଲୀ: ‘ଆମ ନଦୀ, ଆମ ଭବିଷ୍ୟତ’ ଏହି କ୍ୟାମ୍ପେନିଂ ମାଧ୍ୟମରେ ଦେଶବ୍ୟାପୀ ନଦୀ ସଫେଇ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର । ଖାଲି ସଚେତନତା ବାର୍ତ୍ତା କାହିଁକି ସାଧାରଣ ଲୋକଙ୍କ ଗହଣରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ନିଜେ ନଦୀ ସଫେଇ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ସହ ଗଜେନ୍ଦ୍ର ଦିଲ୍ଲୀ ଯମୁନା ନଦୀର ଛଟ୍ ଘାଟରେ ପହଞ୍ଚି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଯମୁନା ନଦୀ ସଫେଇ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ମନ୍ତ୍ରୀଙ୍କ କହିବାନୁଯାୟୀ ଏହି ଘାଟକୁ ସଫା କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଦେଢ ବର୍ଷ ପୂର୍ବେ ଏହି ଘାଟର ଅବସ୍ଥା ଯାହାଥିଲା ଏଠାରେ ଲୋକ ଠିଆ ହେବାକୁ ନାପସନ୍ଦ କରୁଥିଲେ ।

ଦିନ ଆସିବ ଯମୁନା ନଦୀ କୂଳରେ ଥିବା ବହୁ ପୁରାତନ ଘାଟ ଗୁଡିକ ହସି ଉଠିବା ସହ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇବ । ଏଥିପାଇଁ ସରକାର ଯେତିକି ଆଗଭର ହେବା ଦରକାର ଦିଲ୍ଲୀବାସୀ ମଧ୍ୟ ସେତିକି ପାଦ ଆଗେଇବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2019, 7:52 PM IST

ABOUT THE AUTHOR

...view details