ଓଡିଶା

odisha

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଦୁଇ ଯବାନ ଶହୀଦ

By

Published : May 2, 2020, 12:12 PM IST

ଜାମ୍ମୁ କାଶ୍ମୀରର ଉରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଆହତ ହୋଇଥିବା ତିନି ଭାରତୀୟ ସୈନିକଙ୍କ ମଧ୍ୟରୁ ଦୁଇଜଣ ଶହୀଦ । ଅଧିକ ପଢନ୍ତୁ...

Two soldiers injured in Pak ceasefire violation dead
ପୁଣି ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ, ଦୁଇ ଯବାନ ନିହତ

ଶ୍ରୀନଗର: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜାମ୍ମୁ କାଶ୍ମୀରର ଉରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଆହତ ହୋଇଥିବା ତିନି ଭାରତୀୟ ସୈନିକଙ୍କ ମଧ୍ୟରୁ ଦୁଇଜଣ ଶହୀଦ ହୋଇଛନ୍ତି ବୋଲି ସେନା ଶନିବାର ଏକ ବିବୃତ୍ତିରେ କହିଛନ୍ତି ଏବଂ ଏହି ଦୁଇ ଭାରତୀୟ ସୈନିକଙ୍କ ବଳିଦାନକୁ ଅଭିବାଦନ ଜଣାଇଛି ସେନା । ଶୁକ୍ରବାର ଦିନ ରାମପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ ।

ପୁଞ୍ଚର ମାନକୋଟେ ସେକ୍ଟରରେ ପାକିସ୍ତାନୀ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଶୁକ୍ରବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପାକିସ୍ତାନ ମୁଖ୍ୟତଃ କାଶ୍ମୀର ଉପତ୍ୟକା ଏବଂ ଜାମ୍ମୁ ବର୍ଡରରେ ଥିବା ପ୍ରତିରକ୍ଷା ବାହିନୀ ତଥା ସୀମା ନିକଟବର୍ତ୍ତୀ ଅଞ୍ଚଳକୁ ଚାର୍ଗେଟ କରିଥିବା ଜଣା ପଡ଼ିଛି ।

@IANS

ABOUT THE AUTHOR

...view details