ଓଡିଶା

odisha

ETV Bharat / bharat

ପାକ ପୋଲିସଙ୍କ ଆଇଏସଆଇଏସ ଲିଙ୍କ୍ , 2 ଗିରଫ

ଆଇଏସଆଇଏସ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି 2 ଜଣ ପାକିସ୍ତାନୀ ପୋଲିସକୁ ପଞ୍ଜାବ ସୀମାରୁ ଗିରଫ କରାଯାଇଛି । ଏହି ଦୁଇ ପୋଲିସ କର୍ମୀଙ୍କ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

By

Published : Apr 2, 2019, 1:13 PM IST

ଫାଇଲ ଫଟୋ

ଲାହୋର: ପାକ ପୋଲିସଙ୍କ ଆଇଏସଆଇଏସ ଲିଙ୍କ୍ । ଏହି ଅଭିଯୋଗରେ ପାକିସ୍ତାନ ପୋଲିସ ସଂସ୍ଥାରେ କାର୍ଯ୍ୟରତ 2 ଜଣ ହେଡ କନେଷ୍ଟବଳଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ପୋଲିସ କର୍ମୀଙ୍କ ପାଖରୁ ଗ୍ରେନେଡ, ଆତ୍ମଘାତୀ ବୋମାଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ତେବେ ପଞ୍ଜାବ ପୋଲିସ ହେଡ କନେଷ୍ଟବଳ ଆମଜାଦ ଫିରଦୋସ ଖାନ ଓ ତାଙ୍କ ଶଳା ଶାହୀଦ ଖାନ ଦୁଇ ଜଣ ଲୋୟର ମଲ ପୋଲିସ ଷ୍ଟେସନରେ ଅପରେଟର ଭାବେ କାର୍ଯ୍ୟରତ । କୌଣସି ଏକ ପ୍ରତିବନ୍ଧିତ ସଂଗଠନ ପାଇଁ ସେମାନେ କାର୍ଯ୍ୟରତ ବୋଲି ଉତ୍ତରରେ କହିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଗତ କିଛିଦିନ ତଳେ ଆମଜାଦଙ୍କ ପୁରା ଘରେ ଚଢାଉ କରାଯାଇଥିଲା ।ଏହି ଚଢାଉ ସମୟରେ ଆମଜାଦଙ୍କ ଭାଇ ଶାହାଜାଦ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ ବୋଲି ଜଣାପଡିଥିଲା । ତେବେ ଏହି 2 ଜଣ ଗିରଫ ପୋଲିସ କର୍ମୀଙ୍କ ଆଇଏସଆଇଏସରେ ପ୍ରକୃତ କେଉଁ ବିଭାଗରେ କାର୍ଯ୍ୟରତ ସେ ବିଷୟରେ ତଦନ୍ତ ଜାରି ରହିଛି । ସାହାଜାଦ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନିଜ ଇସାରା ବନାଉଥିବା ଖବର ମିଳିଛି ।

ABOUT THE AUTHOR

...view details