ଥିରୁବନନ୍ତପୁରମ: ଦିନକୁ ଦିନ ବୃଦ୍ଧି ପାଉଛି ନିପା ରୋଗୀଙ୍କ ସଂଖ୍ୟା । କେରଳରେ ପୁଣି 2 ଜଣ ନିପାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ନିପାରେ 9 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
କେରଳରେ ପୁଣି 2 ନିପା ରୋଗୀ ଚିହ୍ନଟ - kerala
କେରଳରେ ପୁଣି 2 ଜଣ ନିପା ରୋଗୀ ଚିହ୍ନଟ ହୋଇଛନ୍ତି । 2 ଜଣ ନିପା ଜୀବାଣୁରେ ସଂକ୍ରମିତ ହୋଇଥିବା ରକ୍ତ ନମୁନା ପରୀକ୍ଷଣ ପରେ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା 9 ଜଣ ନିପା ରୋଗୀ ଚିହ୍ନଟ ହୋଇଛନ୍ତି ।
ପ୍ରତିକାତ୍ମକ ଫଟୋ
ସମସ୍ତ ଆକ୍ରାନ୍ତଙ୍କୁ ସାଧାରଣ ରୋଗୀଙ୍କଠୁ ଅଲଗା କରାଯାଇ ଏର୍ଣ୍ଣାକୁଲମର ସରକାରୀ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି । ଶୁକ୍ରବାର ରାତିରେ 3 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ 2 ଜଣ ନିପା ଜୀବାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି ।
ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାରୋଲୋଜି ଲ୍ୟାବ୍କୁ ସମସ୍ତ ରକ୍ତ ନମୁନା ପଠାଯାଇ ପରୀକ୍ଷା କରାଯିବ । ଘରୋଇ ହସ୍ପିଟାଲରେ ମନିଟରିଂ ଟିମ ରୋଗୀଙ୍କ ଅବସ୍ଥା ବୁଝିବା ନେଇ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା 63ଟି ହସ୍ପିଟାଲ ଯାଇସାରିଲେଣି ଏହି ଟିମ ।