ଓଡିଶା

odisha

ETV Bharat / bharat

ନିପାହ ଭାଇରସ: 7 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମାରାତ୍ମକ ନିପାହ ଭୁତାଣୁରେ ଆଉ ଦୁଇଜଣ ଆକ୍ରାନ୍ତ ହୋଇଥିବା ଖବର ସମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିପାହରେ 7 ଜଣ ଆକ୍ରନ୍ତ ହୋଇଥିବା ବେଳେ ସେମାନଙ୍କୁ ସାଧାରଣ ରୋଗୀଙ୍କଠୁ ଅଲଗା କରାଯାଇ ଏର୍ଣ୍ଣାକୁଲମର ସରକାରୀ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି ।

By

Published : Jun 6, 2019, 12:57 PM IST

ପ୍ରତିକାତ୍ମକ ଫଟୋ

କୋଚି: କେରଳରେ ମାରାତ୍ମକ ନିପାହ ଭୂତାଣୁକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଲାଗିରହିଛି । ଏର୍ଣ୍ଣାକୁଲମରେ ଜଣେ 23 ବର୍ଷୀୟ କଲେଜ ଛାତ୍ର ନିପାହରେ ଆକ୍ରାନ୍ତ ହୋଇଥିବା ପୁଷ୍ଟି ହୋଇଥିବା ବେଳେ ଆଉ ଦୁଇଜଣ ଏହି ଭୂତାଣୁ ଦ୍ବରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ନିପାହରେ 7 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ସାଧାରଣ ରୋଗୀଙ୍କଠୁ ଅଲଗା କରାଯାଇ ଏର୍ଣ୍ଣାକୁଲମର ସରକାରୀ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି । ନିପାହରେ ଆକ୍ରାନ୍ତ 6 ଜଣଙ୍କ ନମୁନା ବୁଧବାର ସକାଳେ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜି ଲ୍ୟାବ୍‌କୁ ପଠାଇ ଦିଆଯାଇଛି ।

ନିପାହ ଭୂତାଣୁରେ ଆକ୍ରାନ୍ତ ହୋଇଥିବା 6 ଜଣଙ୍କ ମଧ୍ୟରୁ 4 ଜଣ ଏର୍ଣ୍ଣାକୁଲମର 23 ବର୍ଷୀୟ ଛାତ୍ରର ସାଙ୍ଗ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଛାତ୍ରକୁ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିବା ନର୍ସ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି ।ରାଜ୍ୟରେ ମୋଟ 314 ଜଣଙ୍କ ସ୍ବାସ୍ଥାବସ୍ଥା ଉପରେ ନଜର ରଖାଯାଇଛି ବୋଲି ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଡ. ରାଜନ ଏନ ଖୋବରାଗଡେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details