ଓଡିଶା

odisha

ETV Bharat / bharat

କେସିଆର ପଜଲ ! 2 ମାସ ପରେ ବି ମନ୍ତ୍ରିମଣ୍ଡଳ ଅସ୍ପଷ୍ଟ

ତେଲାଙ୍ଗାନାରେ 2 ମାସ ପରେ ବି ମନ୍ତ୍ରୀମଣ୍ଡଳ ଗଠନ ହୋଇପାରି ନାହିଁ । ବାହାରକୁ ଗୋଷ୍ଠୀ କନ୍ଦଳ ଓ ସିଏମ କେସିଆର ଦ୍ବନ୍ଦ୍ହରେ ଥିବା ଦେଖିବାକୁ ମିଳୁଛି । ହେଲେ ମନ୍ତ୍ରୀମଣ୍ଡଳ ଗଠନ ନହେବାର କାରଣ କିଛି ଅଲଗା ବୋଲି ଜଣାପଡିଛି । ଟିଆରଏସ ନେତାଙ୍କ ସୂଚନା ଅନୁଯାୟୀ କେସିଆର ଗୋଟିଏ ମନ୍ତ୍ରଣାଳୟ ଅଧିନରେ ଅନେକ ବିଭାଗକୁ ଆଣିବାକୁ ଚାହୁଁଛନ୍ତି । ମୋଟ 60ଟି ବିଭାଗ ତେଲେଙ୍ଗାନାରେ ରହିଛି । ସିଏମଙ୍କୁ ମିଶାଇ ମୋଟ 18 ଜଣ ମନ୍ତ୍ରୀ ରହିପାରିବେ ।

By

Published : Feb 10, 2019, 9:23 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: 2018 ବିଧାନସଭାରେ ତେଲେଙ୍ଗାନାରେ କେସିଆର ପୁଣି ସରକାର ଗଢିଛନ୍ତି । ନିର୍ବାଚନରେ ଏକ ପ୍ରକାର କ୍ଲିନ୍ ସୁଇପ କରିଥିବା ଦେଖିବାକୁ ମିଳିଛି । ମୋଟ 119ଟି ଆସନରୁ ଟିଆରଏସ 88ଟି ଆସନ ଜିତିଛି । ସରକାର ଗଢିବାର ଦୁଇ ମାସ ପରେ ବି ଏଯାଏଁ ମନ୍ତ୍ରିମଣ୍ଡଳ ଗଠନ କରିନାହାନ୍ତି । ମାତ୍ର ଜଣେ ମନ୍ତ୍ରୀଙ୍କୁ ନେଇ ସରକାର ଚଳାଇଛନ୍ତି କେସିଆର ।

66 ବର୍ଷୀୟ ମହମ୍ମଦ ଅଲ୍ଲୀ କେସିଆରଙ୍କ ପ୍ରଥମ ସରକାରରେ ରାଜସ୍ବ ମନ୍ତ୍ରୀ ଥିଲେ । ଏବେ ଗୃହ ବିଭାଗର ଦାୟିତ୍ବ ସମ୍ଭାଳୁଛନ୍ତି । ସରକାର ଗଢିବାର 2 ମାସ ପରେ ବି ଏଯାଏଁ କ୍ୟାବିନେଟ ମିଟିଂ ହୋଇନାହିଁ ।

ତେଲେଙ୍ଗାନାରେ 60ଟି ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 18 ଜଣ ମନ୍ତ୍ରୀ ରହିପାରିବେ । ଯାହାକି ମୋଟ ବିଧାୟକ ସଂଖ୍ୟାର 15 ପ୍ରତିଶତ । ଟିଆରଏସ ମୁଖପାତ୍ର ଅବିଦ୍ ରଶୋଲଙ୍କ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ କେସିଆର ଆଇଏଏସଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଯେଉଁଥିରେ ଗୋଟିଏ ମନ୍ତ୍ରିମଣ୍ଡଳରେ ସମସ୍ତ ବିଭାଗ ଗୁଡିକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ଧବିଶ୍ବାସରେ ବିଶ୍ବାସ କରୁଥିବା କେସିଆର ପୋଙ୍ଗଲ ପର୍ବ ପରେ ମନ୍ତ୍ରିମଣ୍ଡଳ ଗଠନ କରିବେ ବୋଲି ସୂଚନା ରହିଥିଲା । ହେଲେ ଏହାପରେ ବି ମନ୍ତ୍ରିମଣ୍ଡଳ ଗଠନ କରି ନାହାନ୍ତି । ଯାହାକୁ ନେଇ ଏବେ ବି ଦ୍ବନ୍ଦ୍ବ ଜାରି ରହିଛି ।

For All Latest Updates

ABOUT THE AUTHOR

...view details