ଓଡିଶା

odisha

ETV Bharat / bharat

ନକଲି କମ୍ପାନୀରୁ ଆପ୍‌କୁ ମିଳିଥିଲା 2 କୋଟି ! 2 ଗିରଫ

ନକଲି କମ୍ପାନୀ ଗଠନ କରି ଆମ ଆଦମି ପାର୍ଟିକୁ ଦାନ ଦେଇଥିବା ଅଭିଯୋଗରେ 2 ଗିରଫ । ଏହି କମ୍ପାନୀ 2014 ରେ ଆମ ଆଦମି ପାର୍ଟିକୁ 2 କୋଟି ଟଙ୍କା ଦାନ ଦେଇଥିଲା ।

ନକଲି କମ୍ପାନୀରୁ ଆପ୍‌କୁ ମିଳିଥିଲା 2 କୋଟି ! 2  ଗିରଫ
ନକଲି କମ୍ପାନୀରୁ ଆପ୍‌କୁ ମିଳିଥିଲା 2 କୋଟି ! 2 ଗିରଫ

By

Published : Aug 21, 2020, 7:07 PM IST

ନୂଆଦିଲ୍ଲୀ: ନକଲି କମ୍ପାନୀ ଗଠନ କରି ଆମ ଆଦମି ପାର୍ଟିକୁ ଦାନ ଦେଇଥିବା ଅଭିଯୋଗରେ 2 ଗିରଫ । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ପରିଚୟ ମୁକେଶ କୁମାର ଏବଂ ସୁଧାଂସୁ ବନ୍‌ସଲ ରୂପରେ ହୋଇଛି । ସୁଧାଂସୁ ବନ୍‌ସଲ ଏହି ନକଲି କମ୍ପାନୀର ସିଏ ଥିଲେ । ଯିଏ ନକଲି ଦସ୍ତାବିଜ ଜରିଆରେ ଡିଆଇଏନ ହାସଲ କରି ଏକ ନକଲି କମ୍ପାନୀ ଗଠନ କରିଥିବା ଅଭିଯୋଗ ହୋଇଛି। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଜେରା କରୁଥିବା ଜଣାପଡିଛି ।

ନକଲି କମ୍ପାନୀରୁ ଆପ୍‌କୁ ମିଳିଥିଲା 2 କୋଟି ! 2 ଗିରଫ

ସୂଚନା ଅନୁଯାୟୀ, ଏହି କମ୍ପାନୀ 2014 ରେ ଆମ ଆଦମି ପାର୍ଟିକୁ 2 କୋଟି ଟଙ୍କା ଦାନ ଦେଇଥିଲା । ତେବେ ଏକ ନକଲି କମ୍ପାନୀ ମାଧ୍ୟମରେ ଆପକୁ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନ ସମୟରେ ମୁକେଶର ନାମ ସାମ୍ନାକୁ ଆସିଥିଲା । ଏକ ନକଲି କମ୍ପାନୀ ଗଠନ କରି ତାହା ମାଧ୍ୟମରେ ଆପକୁ ଦାନ କରାଯାଇଥିବା ତଦନ୍ତରୁ ଜଣାପଡିଥିଲା ।

ସେପଟେ ଆପ ରାଜ୍ୟସଭା ଟିକେଟ ପାଇଁ ଏହି ଟଙ୍କା ଦାନ ଆକାରରେ ନେଇଇଥିବା ବିଜେପି ଅଭିଯୋଗ କରିଛି । ବିଜେପି ମୁଖପାତ୍ର ଏନେଇ କହିଛନ୍ତି, ଦଳକୁ ଦାନ କରି ରାଜ୍ୟସଭା ଟିକେଟ୍ ହାସଲ କରିଥିବା ସୁଶୀଲ ଗୁପ୍ତାଙ୍କ ବିଷୟରେ ସମସ୍ତେ ଜାଣନ୍ତି। ନିର୍ବାଚନ ସମୟରେ ଦଳ କିପରି ଟିକେଟ୍ ଦିଏ ତାହା ଅଛପା ରହିନାହିଁ । ଏହାର ସିବିଆଇ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅରବିନ୍ଦ କେଜ୍ରିୱାଲ ଦାନ ନାମରେ ନକଲି କମ୍ପାନୀ ସହ ମିଶି କଳା ଟଙ୍କା ଧଳା କରିଥିବା ଆପ୍‌ର ପୂର୍ବତନ ସଦସ୍ୟ କପିଲ ମିଶ୍ର 4 ବର୍ଷ ପୂର୍ବେ ଅଭିଯୋଗ କରିଥିଲେ। ସେ କହିଥିଲେ, ନକଲି କମ୍ପାନୀ ସହାୟତାରେ ଦଳ 2 କୋଟି ଟଙ୍କା ସଂଗ୍ରହ କରିଛି। କିନ୍ତୁ ମୁକେଶ ଏହି କମ୍ପାନୀ ନକଲି ନୁହେଁ ଏବଂ ସେ ଆପକୁ ଦାନ କରିଛନ୍ତି ବୋଲି ସ୍ପଷ୍ଟ କରିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀରେ ରହୁଥିବା ମୁକେଶ ଚାରୋଟି ଭିନ୍ନ ଭିନ୍ନ କମ୍ପାନୀ ନାମରେ ଆପକୁ 50 ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ। ମୁକେଶଙ୍କ କହିବା ଅନୁଯାୟୀ, ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେବେ ଭେଟିନାହାଁନ୍ତି । ଦାନ ଦେବାବେଳେ ସେ କେବଳ ଦଳର ସଚିବ ପଙ୍କଜ ଗୁପ୍ତା ଏବଂ କୋଷାଧ୍ୟକ୍ଷଙ୍କୁ ଭେଟିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details