ଜୟପୁର: ସୁନ୍ଦରୀ ମହିଳାଙ୍କ ଜରିଆରେ ଯବାନଙ୍କୁ 'ହନିଟ୍ରାପ' ରେ ଫସାଉଛି ପାକିସ୍ତାନ। ଏନେଇ ପୁଣି ଥରେ ଏକ ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ସୀମାବର୍ତ୍ତୀ ଜୈସାଲମେର ଜିଲ୍ଲାର ପୋଖରାନରେ କାର୍ଯ୍ୟରତ ଦୁଇଜଣ ଯବାନଙ୍କୁ ହନିଟ୍ରାପ ମାମଲାରେ ଗିରଫ କରାଯାଇଛି। ବର୍ଡର ଇଣ୍ଟେଲଜେନ୍ସି ଏହି ଦୁଇ ଯବାନଙ୍କୁ ଗିରଫ କରିଛି।
'ହନି-ଟ୍ରାପ' ମାମଲାରେ ରାଜସ୍ଥାନରୁ ଦୁଇ ଯବାନ ଗିରଫ - ଜୈସଲମେର ହନି-ଟ୍ରାପ
ରାଜସ୍ଥାନର ସୀମାବର୍ତ୍ତୀ ଜୈସାଲମେର ଜିଲ୍ଲାର ପୋଖରନରେ କାର୍ଯ୍ୟରତ ଦୁଇଜଣ ଯବାନଙ୍କୁ ହନି ଟ୍ରାପ ମାମଲାରେ ଗିରଫ କରାଯାଇଛି । ବର୍ଡର ଇଣ୍ଟେଲଜେନ୍ସି ଏହି ଦୁଇ ଯବାନଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ଏହି ଦୁଇ ଯବାନ ପାକିସ୍ତାନ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନା ବାହାନାରେ ହନିଟ୍ରାପ ଶୀକର ହୋଇଥିଲେ । ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଗୋପନୀୟ ସୂଚନା ଲିକ୍ କରିଥିବା ଜଣାପଡିଛି । 12-ଆର୍ମର୍ଡର ଦୁଇ ଯବାନ ରବି ଓ ବିଚିତ୍ରଙ୍କୁ ମଙ୍ଗଳବାର ଗିରଫ କରି ଜୟପୁର ପଠାଯାଇଛି । ସିଆଇଡି ବର୍ଡର ଇଣ୍ଟେଲଜେନ୍ସି ବିଭାଗ ଦ୍ବାରା ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି।
ସିଆଇଡି ବର୍ଡର ଇଣ୍ଟେଲଜେନ୍ସି ବିଭାଗକୁ ବିଶ୍ବସ୍ତ ସୂତ୍ରୁ ପୋଖରନରେ କାର୍ଯ୍ୟରତ ଏହି ଦୁଇ ଜଣ ଯବାନ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଓ ପାକ୍ ଆର୍ମି ଇଣ୍ଟେଲଜେନ୍ସି ସହ ସମ୍ପର୍କରେ ରହିଥିବା ସୂଚନା ମିଳିଥିଲା । ଏହାପରେ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଦୁଇ ଯବାନଙ୍କ ଉପରେ କଡା ନଜର ରଖାଯାଇଥିଲା । ଅଧିକ ସୂଚନା ପାଇଁ ପଚରାଉଚରା ଜାରି ରହିଛି।