ଓଡିଶା

odisha

ETV Bharat / bharat

ଟାଇମକୁ ନେଇ ମୋଦିଙ୍କୁ ଟ୍ରୋଲ - ମୋଦିଙ୍କ ଟ୍ୱିଟ

ମୋଦିଙ୍କ ଟ୍ବିଟ୍‌କୁ ନେଇ ଟ୍ବିଟରରେ ଦେଖାଦେଇଥିଲା ବିଭିନ୍ନ କଳ୍ପନାଜଳ୍ପନା । ପ୍ରକୃତରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ସକାଳ 11ଟା 30ରେ ଟ୍ବିଟ୍‌ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ 11ଟା 45ରୁ 12ଟା ଭିତରେ ସେ ଦେଶବାସୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେବେ ।

ଫାଇଲ ଫଟୋ

By

Published : Mar 27, 2019, 3:07 PM IST

ନୂଆଦିଲ୍ଲୀ: ଆଣ୍ଟି ସାଟେଲାଇଟ ମିଶାଇଲର ସଫଳ ପରୀକ୍ଷଣ ପରେ ମହାକାଶ କ୍ଷେତ୍ରରେ ଭାରତ ମହାଶକ୍ତି ପାଲଟିଛି । ବିଶ୍ବର 4ର୍ଥ ଦେଶ ଭାବେ ଭାରତ ଏପରି ସଫଳତା ପାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି । ଏହି ସମ୍ବୋଧନ ପାଇଁ ସେ ପ୍ରଥମେ ଟ୍ବିଟ୍‌ ଦ୍ବାରା ସୂଚନା ଦେଇଥିଲେ ।

ତେବେ ମୋଦିଙ୍କ ଟ୍ବିଟ୍‌କୁ ନେଇ ଟ୍ବିଟରରେ ଦେଖାଦେଇଥିଲା ବିଭିନ୍ନ କଳ୍ପନାଜଳ୍ପନା । ପ୍ରକୃତରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ସକାଳ 11ଟା 30ରେ ଟ୍ବିଟ୍‌ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ 11ଟା 45ରୁ 12ଟା ଭିତରେ ସେ ଦେଶବାସୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେବେ । ଏଥିପାଇଁ ରେଡିଓ, ଟେଲିଭିଜନ ଏବଂ ସୋସିଆଲ ମିଡିଆ ସହ ଜଡିତ ରହିବାକୁ ସେ କହିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@@narendramodi

ଏହି ଟ୍ବିଟ୍‌ ଉପରେ ପ୍ରତି ମିନିଟ୍‌ରେ 1000 ଟ୍ବିଟ୍‌ ଆସିଲା । ଏହା ଉପରେ ଟ୍ବିଟର ବ୍ୟବହାରକାରୀ 16 ହଜାର ରିପ୍ଲାଏ ଦେଲେ । ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହାକୁ ମିଳିଲା 61 ହଜାର ଲାଇକ । 22 ହଜାର ଲୋକ ଏହାକୁ ରିଟ୍ବିଟ୍‌ କଲେ । ସମସ୍ତେ ଅପେକ୍ଷା କଲେ 12ଟାକୁ । କଣ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ । ମାତ୍ର ସମୟ ଗଡି ଚାଲିଲା । ଅସ୍ଥିର ହେଲେ ଟ୍ବିଟର ବ୍ୟବହାରକାରୀ । କାହାନ୍ତି ପ୍ରଧାନମନ୍ତ୍ରୀ ? କେତେବେଳେ ଆସିବେ ? କଣ କହିବେ ? ଅପେକ୍ଷା କରିଲେ ଦେଶବାସୀ ।

ତେବେ ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପାର ହେବାରୁ ଟ୍ବିଟରରେ ଉଠିଲା ବିଭିନ୍ନ କଳ୍ପନାଜଳ୍ପନା । କିଛି ଲୋକ ସେହି ଟ୍ବିଟ୍‌ର ରିପ୍ଲାଏରେ ଲେଖିଲେ ‘କଣ ମୋଦି ରାହୁ କାଳ ସରିବା ଯାଏଁ ଅପେକ୍ଷା କରିଛନ୍ତି କି ?’ ସେହିପରି ଆଉ କିଛି କହିଲେ ‘ମୋଦିଙ୍କୁ ଅପେକ୍ଷା କରି ନ୍ୟୁଜ ଆଙ୍କରଙ୍କର ଅବସ୍ଥା ଖରାପ । କିଛି ସୂଚନା ନାହିଁ ଏବଂ କେହି କିଛି ଜାଣିଥିବା ସୂତ୍ର ବି ନାହିଁ ବୋଲି କହିବା ଛଡା ବିଚରା ଟେଲିଭିଜନ ଆଙ୍କରଙ୍କ ପାଖରେ ଆଉ କହିବାକୁ କିଛି ନାହିଁ ।’

ଏପରିକି ବିଳମ୍ବ ଯୋଗୁଁ ଆଉଥରେ ବିମୁଦ୍ରୀକରଣ ଆସିବ ବୋଲି କେତେକ ସନ୍ଦେହ ପ୍ରକାଶ କଲେ। ଏହାସହ ଆଉ କେତେକ ମାସୁଦ ଆଝାରଙ୍କ ମୃତ୍ୟୁ, ନିର୍ବାଚନ ଘୋଷଣା ଭଳି ନାନା ପ୍ରକାର କଥା ଉଠାଇଲେ। ତେବେ 10-15 ମିନିଟ୍‌ ବିଳମ୍ବରେ ଆସିବା ସହ ମୋଦି ମିଶନ ଶକ୍ତି କଥା କହିଥିଲେ । ସବୁବେଳେ ସମୟାନୁବର୍ତ୍ତିତାରେ ଚାଲିଥିବା ମୋଦି ପ୍ରଥମ ଥର ପାଇଁ ଟାଇମ ଫେଲ ହେଲେ ବୋଲି ଟ୍ବିଟର ବ୍ୟବହାରକାରୀ କହୁଛନ୍ତି ।

ABOUT THE AUTHOR

...view details