ଓଡିଶା

odisha

ETV Bharat / bharat

ଗର୍ଭବତୀ କୁମକୁମ୍ ପାଇଁ ଦେବଦୂତ ସାଜିଲେ ଟିଟିଇ

କୁମକୁମ୍ କୁମାରୀ ନାମକ ଏକ  ଗର୍ଭବତୀ ମହିଳାଙ୍କୁ ଦିଲ୍ଲୀ ଡିଭିଜନର ଟିଟିଇ ଏଚଏସ୍ ରାଣା ଟ୍ରେନରେ ପ୍ରସବରେ ସାହାର୍ଯ୍ୟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫାଇଲ ଫଟୋ

By

Published : Jun 16, 2019, 4:26 AM IST

ପାଟନା: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବହୁମାତ୍ରାରେ ବ୍ୟସ୍ତ ରହୁଛନ୍ତି । ତେଣୁ କାହାକୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମୟ ନାହିଁ । କିନ୍ତୁ ଜଣେ ରେଳବାଇ କର୍ମଚାରୀ ନିଜର କର୍ମ କ୍ଷେତ୍ରରେ ରହି ଏକ ରେଳ ଯାତ୍ରୀଙ୍କୁ ସାହାର୍ଯ୍ୟ କରି ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନା ଅନୁଯାୟୀ, କୁମକୁମ୍ କୁମାରୀ ନାମକ ଏକ ଗର୍ଭବତୀ ମହିଳା ଦିଲ୍ଲୀରୁ ସୁପାଲ ରାଜଧାନା ଟ୍ରେନରେ ଯାଉଥିଲେ । ଉକ୍ତ ସମୟରେ ତାଙ୍କର ଗର୍ଭଯନ୍ତ୍ରଣା ଆସିଥିଲା । ଏହାପରେ ତାଙ୍କ ସ୍ବାମୀ ଟିଟିଇଙ୍କୁ ଏହି ସମ୍ପର୍କରେ ଜଣାଇଥିଲେ ।

ଏହାପରେ ଦିଲ୍ଲୀ ଡିଭିଜନର ଟିଟିଇ ଏଚଏସ୍ ରାଣା ତୁରନ୍ତ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଲିଷ୍ଟ ଚେକ୍ କରି ତାଙ୍କ ମଧ୍ୟରେ ଡାକ୍ତରଙ୍କୁ ଖୋଜିଥିଲେ । କିନ୍ତୁ ର୍ଦୁଭାଗ୍ୟବଶତଃ ଟ୍ରେନରେ କେହି ବି ଡାକ୍ତର ନଥିଲେ । ଯାହାଫଳରେ ସେ ସମୟ ନଷ୍ଟ ନକରି ସେ କିଛି ମହିଳାଙ୍କୁ କୁମକୁମଙ୍କୁ ପ୍ରସବରେ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ । ଯାହାଫଳରେ କୁମକୁମ୍ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।
ତେବେ କୁମକୁମ୍ ଏବଂ ତାଙ୍କ ନବଜାତ ଶିଶୁ ସୁସ୍ଥ ଥିବାବେଳେ ଟିଟିଇ ଏଚଏସ୍ ରାଣା ତାଙ୍କ ପାଇଁ ଭଗବାନ ସଦୃଶ ଉଭାନ ହୋଇଥିବା ନେଇ କୁମକୁମ ଏବଂ ତାଙ୍କ ସ୍ବାମୀ କହିଛନ୍ତି ।

ABOUT THE AUTHOR

...view details