ଚଣ୍ଡିଗଡ: ମୋଦି ସରକାରଙ୍କ ନୂଆ ମୋଟର ଯାନ ନିୟମ ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲଙ୍ଘନ ନେଇ ଗାଡି ଚାଳକଙ୍କୁ ମୋଟା ଅଙ୍କର ଚାଲାଣ କଟୁଥିବା ମାମଲା ସାମ୍ନାକୁ ଆସୁଛି । ଏଭଳି ନୂଆ ଟ୍ରାଫିକ ନିୟମ ପରେ ପୋଲିସ ଏତେ ମାତ୍ରାରେ ଜୋରିମାନା ଲାଗୁ କରୁଛି, ଯାହା ବାହନର କ୍ରୟ ଦାମଠାରୁ କେତେ ଗୁଣରେ ଅଧିକ ରହୁଛି ।
ନୂଆ ଦଣ୍ଡ, ବଡ ତଣ୍ଡ: ଟ୍ରକ ଡ୍ରାଇଭର ଗଣିବେ ୫୯ ହଜାର - hariyana
ଗୁରୁଗ୍ରାମରେ ଜଣେ ଟ୍ରକ ଡ୍ରାଇଭର 10ଟି ନିୟମ ଉଲଙ୍ଘନ କରିଥିବା ଦର୍ଶାଇ ପୋଲିସ ତାଙ୍କ ନାମରେ ୫୯ ହଜାର ଟଙ୍କାର ଚାଲାଣ କାଟିଛି ।
ତେବେ ବୁଧବାର ଗୁରୁଗ୍ରାମରେ ଜଣେ ଟ୍ରକ ଡ୍ରାଇଭର 10 ଟି ନିୟମ ଉଲଙ୍ଘନ କରିଥିବା ଦର୍ଶାଇ ପୋଲିସ ୫୯ ହଜାର ଟଙ୍କାର ଚାଲାଣ କାଟିଛି । ଟ୍ରକ ଡ୍ରାଇଭରଙ୍କ ପାଖରେ ଲାଇସେନ୍ସ, ଇନସ୍ୟୁରାନ୍ସ, ରେଜିଷ୍ଟ୍ରେସନ ପ୍ରମାଣ ପତ୍ର, ଫିଟନେଶ ପ୍ରମାଣପତ୍ର ଏବଂ ବୀମା ଆଦି ନଥିଲା। ଏହା ପୂର୍ବରୁ ଗୁରୁଗ୍ରାମର 3 ଅଟୋ ଚାଳକଙ୍କୁ ବିଭିନ୍ନ ନିୟମ ଉଲଙ୍ଘନ କରିଥିବା ଦର୍ଶାଇ 37000 , 27000 ଏବଂ 9400 ଟଙ୍କାର ଚାଲାଣ କାଟିଥିଲା ଗୁରୁଗ୍ରାମ ଟ୍ରାଫିକ ପୋଲିସ।
ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୧ ମଧ୍ୟ ରାତ୍ରିରୁ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ମୋଟର ଯାନ ଆକ୍ଟରେ ସଂଶୋଧନ ପରେ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ୧୦ ଗୁଣା ଅଧିକ ଜୋରିମାନା ଭରିବାକୁ ପଡ଼ୁଛି। ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ଛାଡ଼ି ପୂରା ଭାରତରେ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି।