ଓଡିଶା

odisha

ETV Bharat / bharat

ମୋଦିଙ୍କ କଥା ବୁଝିପାରିଲେନି ପାକ ଆଙ୍କର, ଜମେଇକି ହେଲେ ଟ୍ରୋଲ

ପାଗଲ ହେଲେଣି ପାକ ଆଙ୍କର । ମୋଦିଙ୍କ ପାଟିରୁ ବାହାରିଥିବା ଅଭିନନ୍ଦନ ଅର୍ଥ ବୁଝିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଭୁଲରେ ଏପରି କିଛି କହି ଏବେ ହାସ୍ୟର ପାତ୍ର ବନିଛନ୍ତି ଏହି ଆଙ୍କର ଓ ତାଙ୍କ ମିଡିଆ ।

By

Published : May 27, 2019, 6:38 PM IST

Updated : May 27, 2019, 8:13 PM IST

ଫଟୋ ସୌଜନ୍ୟ- ସୋସିଆଲ ମଡିଆ @madhuvanti_s

ନୂଆଦିଲ୍ଲୀ: ବାଉଳା ହେଉଛନ୍ତି ପାକିସ୍ତାନ ଆଙ୍କର । ଏଯାଏଁ ମୁଣ୍ଡରୁ ଖସିନି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୂତ । ହିନ୍ଦୀ ବୁଝିବାକୁ ଦରକାର ପଡିପାରେ ଡିକ୍ସିନାରୀ । ମୋଦି ଭାଷଣରେ ରହିଥିବା ଅଭିନନ୍ଦନ(ଶୁଭେଚ୍ଛା) ଶବ୍ଦର ଅର୍ଥ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାବି ପଢି ଚାଲିଥିଲେ ନ୍ୟୁଜ । ଏ ନେଇ ଟ୍ବିଟରରେ ଜମେଇକି ଟ୍ରୋଲ ହୋଇଛି ପାକ ମିଡିଆ ।

ଶନିବାର ଜିତିବା ଖୁସିରେ ନରେନ୍ଦ୍ର ମୋଦି ଏନଡିଏର 353 ସାଂସଦଙ୍କୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ । ବିଜେପିର ପ୍ରତ୍ୟେକ ସଦସ୍ୟଙ୍କୁ ବିଜୟର ଶ୍ରେୟ ଦେବା ସହ ଅଭିନନ୍ଦନ ଦେଇଥିଲେ । ହେଲେ ଏହାକୁ ଭୁଲ ବୁଝି ପାକ ଆଙ୍କର ପଢିଛନ୍ତି ଏପରି କିଛି , ଯେଉଁଥିପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି ।

‘ଅଭିନନ୍ଦନଙ୍କୁ ଏବେ ବି ଭୁଲିନାହାଁନ୍ତି ନରେନ୍ଦ୍ର ମୋଦି । ଜିତିବା ଖୁସିରେ ଅଭିନନ୍ଦନଙ୍କୁ ହିରୋ ଭାବେ ଉପସ୍ଥାପନ କରାଯାଉଛି। ’ ଏ ନେଇ ନ୍ୟୁଜ ପଢିବା ସମୟରେ କହିଛନ୍ତି ପାକ ଆଙ୍କର । ହେଲେ ମୋଦି ୱିଙ୍ଗ କମାଣ୍ଡର ଅଭିନନ୍ଦନ ନୁହେଁ ଶୁଭେଚ୍ଛା ସ୍ବରୁପ ଦିଆଯାଉଥିବା ଅଭିନନ୍ଦନ କହିଛନ୍ତି । ଏହାକୁ ଜାଣିବା ପରେ ଏବେ ଏହା ଟ୍ବିଟରରେ ଟ୍ରୋଲ ହେବାକୁ ଲାଗିଛି । ୟୁଜର୍ସ ବିଭିନ୍ନ ପ୍ରକାର କଟାକ୍ଷ କରି ପାକ ଓ ସେମାନଙ୍କ ମିଡିଆକୁ କଟାକ୍ଷ କରୁଥିବା ନଜର ଆସିଛି ।

Last Updated : May 27, 2019, 8:13 PM IST

For All Latest Updates

ABOUT THE AUTHOR

...view details