ଓଡିଶା

odisha

କ୍ବାରେଣ୍ଟାଇନରେ ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ

ତ୍ରିପୁରା‌ ମୁଖ୍ୟମନ୍ତ୍ରୀ ଟ୍ବିଟର ଜରିଆରେ ସେ କ୍ବାରେଣ୍ଟାଇନରେ ଥିବା ନେଇ ସୂଚନା ଦେଇଛନ୍ତି । ପରିବାରରେ ଦୁଇ ଜଣ କୋରୋନା ଚିହ୍ନଟ ପରେ ସଙ୍ଗରୋଧ ରହିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

By

Published : Aug 4, 2020, 8:16 AM IST

Published : Aug 4, 2020, 8:16 AM IST

କ୍ବାରେଣ୍ଟାଇନରେ ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ
କ୍ବାରେଣ୍ଟାଇନରେ ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ

ଅଗରତାଲା: ଦେଶରେ ଅନେକ ନେତା ମନ୍ତ୍ରୀ ଏବେ କୋରୋନା ସଂକ୍ରମିତ । ଗୃହମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ମଧ୍ୟ କୋଭିଡ ପରୀକ୍ଷା କରିଛନ୍ତି । ଏଥିସହ ସେ ନିଜେ ସଙ୍ଗରୋଧରେ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କ୍ବାରେଣ୍ଟାଇନରେ ରହିଥିବା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ପରିବାରର ଦୁଇ ଜଣ ସଦସ୍ୟଙ୍କ ଠାରେ କୋଭିଡ ଚିହ୍ନଟ ହୋଇଛି । ଅନ୍ୟ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ରହିଛି । ତେଣୁ ସେ ମଧ୍ୟ କୋରୋନା ପରୀକ୍ଷା କରିଛନ୍ତି କିନ୍ତୁ ରିପୋର୍ଟ ଆସି ନାହିଁ । ତେବେ ରିପୋର୍ଟ ନ ଆସିବା ପୂର୍ବରୁ ସେ କ୍ବାରେଣ୍ଟାଇନରେ ରହିବେ ବୋଲି ଟ୍ବିଟ କରି ଜଣାଇଛନ୍ତି । ଏଥି ସହ ନିଜ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ମଧ୍ୟ କ୍ବାରେଣ୍ଟାଇନରେ ରହିଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ସାମିଲ ହୋଇଥିବା ଜଣେ ସାମ୍ବାଦିକ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଥିବାରୁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖା ଦେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶାହା ନିଜେ ଟ୍ବିଟ କରି ସୂଚନା ଦେଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଗୁରୁଗାଓଁର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details