ଜୟପୁର: ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ବ ରହିଛି । ସରଳ ଓ ଶ୍ରଦ୍ଧାଭାବ ସହ ପୂଜାର୍ଚ୍ଚନା କଲେ ପ୍ରଭୁ ବିଘ୍ନବିନାଶକ ସଭିଁଙ୍କ ଦୁଃଖ ଦୂର କରିଥା'ନ୍ତି । ତନ୍ମଧ୍ୟରୁ ସାୱାଇ ମାଧୋପୁରର ରଣଥାମ୍ବୋର ଟାଇଗର ଶତାବ୍ଦୀର ମଧ୍ୟଭାଗରେ ଅବସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର ଅନ୍ୟତମ । ବହୁ ପ୍ରାଚୀନ କାଳରୁ ଏହି ମନ୍ଦିର ପ୍ରତି ଭକ୍ତଙ୍କ ପ୍ରଗାଢ ବିଶ୍ବାସ ରହିଆସିଛି । ମନ୍ଦିର ସହ ଜଡିତ ଅନେକ ପ୍ରକାରର ବିଶ୍ବାସ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ, କିନ୍ତୁ ଏହି ମନ୍ଦିରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭକ୍ତମାନେ ନିଜ ସମସ୍ୟାର ସମାଧାନ ପାଇଁ ବିଘ୍ନବିନାଶକଙ୍କୁ ଚିଠି ଲେଖିଥାନ୍ତି ।
ଜୟପୁର ଠାରୁ 150 କିମି ଦୂରରେ ସାୱାଇ ମାଧୋପୁର ଜିଲ୍ଲାର ରଣଥାମ୍ବୋର ଦୁର୍ଗ ଭିତରେ ରହିଛି ପ୍ରସିଦ୍ଧ ତ୍ରିନେତ୍ର ଗଣେଶ ମନ୍ଦିର । ଆରାବଳୀ ଏବଂ ବିନ୍ଧ୍ୟାଞ୍ଚଳ ପର୍ବତ ଘେରି ରହିଥିବା ଏହି ମନ୍ଦିର ଭୂମିଠାରୁ 1580 ଫୁଟ ଉଚ୍ଚରେ ଅବସ୍ଥିତ । ଆଉ ଏହି ତ୍ରିନେତ୍ର ଗଣେଶଙ୍କ ପରିଧି ପ୍ରାୟ 7 କିଲୋମିଟର । ଏଠାରେ ଥିବା ଭଗବାନ ଗଣେଶ ମୂର୍ତ୍ତି ଭାରତର ପ୍ରଥମ ଗଣେଶ ମୂର୍ତ୍ତି ଭାବରେ ଗ୍ରହଣ କରାଯାଇଛି । ଏହି ମନ୍ଦିର ଦେଶର ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରର ଉଲ୍ଲେଖ ରାମାୟଣ ଏବଂ ଦ୍ବାପର ଯୁଗରେ ମଧ୍ୟ ଦେଖିବାକୁ ମିଳେ ।
ଏଠାରେ ପ୍ରଭୁ ଗଣେଶଙ୍କ ପ୍ରତିମା ତାଙ୍କ ପରିବାର ସହିତ ପ୍ରତିଷ୍ଠିତ:-
ମନ୍ଦିରରେ ସ୍ଥାପିତ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିରେ 3ଟି ଆଖି ରହିଛି । ତାଙ୍କର ସାରା ପରିବାର ଉଭୟ ପତ୍ନୀ ରିଦ୍ଧି ଏବଂ ସିଦ୍ଧି, ପୁଅ ଶୁଭ ଏବଂ ଲାଭ ତାଙ୍କ ସହ ମନ୍ଦିରରେ ବିରାଜମାନ ଅଛନ୍ତି । ତେବେ ସାରା ଦେଶରେ ଭଗବାନ ଗଣେଶଙ୍କ କୌଣସି ମନ୍ଦିରରେ ତାଙ୍କ ପରିବାରର ପ୍ରତିମୂର୍ତ୍ତିକୁ ସ୍ଥାପିତ କରାଯାଇନାହିଁ ।
ପ୍ରଭୁ ଭକ୍ତଙ୍କ ସମସ୍ୟାର ସମାଧାନ କରନ୍ତି:-
ଏହି ମନ୍ଦିରକୁ ଭକ୍ତମାନେ ନିଜ ସମସ୍ୟାର ସମାଧାନ ପାଇଁ ବିଘ୍ନବିନାଶନଙ୍କୁ ଚିଠି ଲେଖନ୍ତି । ଆଉ ନିଜ ଇଚ୍ଛା ପୂରଣ କରିବାକୁ ପ୍ରାର୍ଥନା କରନ୍ତି । ଏଥିପାଇଁ ଭକ୍ତମାନଙ୍କୁ ବୈକେଡା ମନ୍ଦିରର ଠିକଣା ମଧ୍ୟ ପ୍ରଦାନ କରାଯାଇଛି । ଯାହାର ପିନକୋଡ ରହିଛି 322021, ରଣଥାମ୍ବୋର, ସାୱାଇ ମାଧୋପୁର । ଆଉ ଆଜି ବି ଏହି ମନ୍ଦିରକୁ ଜଣେ ପୋଷ୍ଟମ୍ୟାନ ଚିଠି ଦେବାକୁ ଆସୁଛି । ମନ୍ଦିରର ଉପାସକମାନେ ଗଣପତିଙ୍କ ନିମନ୍ତେ ଆସିଥିବା ଚିଠି ଓ ନିମନ୍ତ୍ରଣ ପତ୍ରକୁ ପ୍ରଭୁଙ୍କ ଚରମ ତଳେ ସମ୍ମାନର ସହିତ ସମର୍ପଣ କରିଥାନ୍ତି । ତେବେ ତ୍ରିନେତ୍ରଧାରୀ ଏହି ଗଣେଶ ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ କରିଛନ୍ତି ।
ଏହି ମନ୍ଦିରର ସବୁଠୁ ବଡ ବିୈଶିଷ୍ଟ ହେଉଛି ସାରା ଦେଶର ଭକ୍ତମାନେ ନିଜ ଘରେ ହେବାକୁ ଥିବା ସମସ୍ତ ଶୁଭ କାର୍ଯ୍ୟର ପ୍ରଥମ ନିମନ୍ତ୍ରଣ ପତ୍ର ତ୍ରିନେତ୍ର ଗଣେଶ ମନ୍ଦିରକୁ ପଠାଇଥାନ୍ତି । ଆଉ ଏଠାରେ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ବାସର ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଥାଏ ।